STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ହୁଏ ମୁଁ ସୁମନ

ହୁଏ ମୁଁ ସୁମନ

1 min
14K


  କେଡ଼େ ସୁକୋମଳ,ସୁବାସିତ

    ଅଙ୍ଗ ଗଢିଲେ ମୋତେ ବିଧାତା,

ବିତରି ବାସନା ତୋଷି ଜନମନ

     ଧନ୍ୟ ହେବି ସୃଷ୍ଟି କର୍ତ୍ତା।

ଭରିଛ ସୁଗନ୍ଧ ଅପରୂପ ତନୁ

  ମତିଭ୍ରମେ ସଭିଙ୍କର,

ଭ୍ରମନ୍ତି ଭ୍ରମର ମଧୁପ ସଙ୍ଗତେ

  ଶୋଷିବାକୁ ମଧୁମୋର।

ସୁଲଳିତ ତାନ ନିତିପ୍ରତି କର୍ଣ୍ଣେ

  ଶୁଣଇ ମୁଁ ରହିରହି,

ଏ ପରାଣ ମୋର ଲୋଟୁଥାଉ ପ୍ରଭୁ

  ତବ ପାଦପଦ୍ମେ ଧ୍ୟାୟୀ।

ବୀର ସହିଦଙ୍କ ଅମର ଶରୀରେ

  ଅବା ପାଦ ତଳେ ଥାଉ,

ଲଢି ପାରିବିନି ଶ୍ରଦ୍ଧାଞ୍ଜଳି ଦେଇ

   ସେ ବୀର ଅମର ହେଉ।

କରିଥାଅ ଦୟା ଭରିଦିଅ ସ୍ନେହ

   ବାସ ଶରୀର ସୁମନ,

ଏଭଳି ସେବାରେ ନିଜକୁ ସମର୍ପି

  ହେଉ ମୋ ଜୀବନ ଧନ୍ୟ।

   ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର

  ବାଲେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational