STORYMIRROR

Nrusingha Narayan Tripathy

Classics Inspirational Others

4  

Nrusingha Narayan Tripathy

Classics Inspirational Others

ହତ୍ୟା

ହତ୍ୟା

1 min
329


ଗଣତନ୍ତ୍ର ଆଜି ଷଡଯନ୍ତ୍ର ସାଜି

   ହଜାଇ ମାନବିକତା

ଜନଙ୍କ ସେବାରେ ଜନ ଯୋଜନାରେ

    ସବୁଠାରେ ଚଞ୍ଚକତା ll


ସତ୍ୟ ଧର୍ମ  ଆଜି  ଖଛ ମିଛେ ମଜି

     ଭ୍ରଷ୍ଟାଚାରେ ପ୍ରଂଶସିତ

ଅଯୋଗ୍ୟ ହାକିମ ଯୋଗ୍ୟ ନିଏ ନାମ

     ପ୍ରତିଭାର କରେ ଅନ୍ତ ll


ଶାସନ ରହିତ ଶିକ୍ଷା କବଳିତ

    ମୂର୍ଖ ହୁଏ ସମ୍ମାନିତ

ଠକ ଭୀରୁ ଶଠ ଉତ୍ସାହେ ଗର୍ବିତ

    ଶୃଙ୍ଖଳାର ହୁଏ ମୃତ ll


ଲୁଣ୍ଠନେ ଜନତା ବଢେ ଅହମିକା

    ନାଶ ହୁଏ ଭାତୃତ୍ୱର 

ସାଧୁତା ବିହୀନ କର୍ତ୍ତବ୍ୟରେ ମନ

     ହତ୍ୟାକାରୀ ସମାଜର ll


ଅନ୍ୟାୟ ଅନୀତି ଅସୂୟା ପ୍ରକୃତି

    ନ୍ୟାୟର ଧରିଛି ବେକ

ସ୍ୱାର୍ଥପର ଏଠି  ସେବକ ସାଜିଛି

    ହରାଇଛି ନିଜ ଭେକ ll


ଭେଦ ଅସଙ୍ଗତି  କୁସଙ୍ଗ କୁନୀତି

    ନିଶା ପ୍ରୀତି ରାଜନୀତି

ଗୋଷ୍ଠୀ ଭାଷା ଜାତି ବିଭାଜ୍ୟରେ ମାତି

    ବିନାଶୁଛି ଦେଶପ୍ରୀତି ll


ବାଡ଼ ଖାଏ କ୍ଷେତ  ଫସଲ ଅକ୍ଷେତ

    ସମ୍ଭବ ନୋହିବ କେବେ

ଏଠାରେ ରକ୍ଷକ ସାଜିଛି ଭକ୍ଷକ

    ସହୁଛେ ଆମେ ନୀରବେ ll


ଟଙ୍କା ମୋହେ ମାତି ପ୍ରେମକୁ ଆହୁତି

    ହତ୍ୟାକରୁ ସଭ୍ୟତାକୁ

ଗୁରୁଜନେ ଭକ୍ତି  ଲଘୁଜନେ ପ୍ରୀତି

    ନାହିଁ ଇଛା ସଂସ୍କୃତିକୁ ll


ହତ୍ୟା ଚୋରି ନାରୀ  ମନରେ ସବୁରୀ

    ଘୃଣା ଭାବ ଥାଉ ଭରି

ଅସଲ କାରଣ  ନୋହିଲେ ବାରଣ

      ବଢ଼ିବେ ଯେ ହତ୍ୟାକାରୀ ll


କ୍ରୋଧ ହିଂସା ଈର୍ଷା ପ୍ରତିଶୋଧ ନିଶା

    ଲୋଭ ସମ୍ପତ୍ତି କାମନା

ଅନର୍ଥ ରେ ମନ  ହତ୍ୟାର କାରଣ 

     ଅଜ୍ଞାନୀ ମନ ଭାବନା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics