STORYMIRROR

Gyanendriya Dash

Inspirational Others

4  

Gyanendriya Dash

Inspirational Others

ହତ୍ୟା

ହତ୍ୟା

1 min
354


ହତ୍ୟା ଅଟେ ଏକ ଅପ୍ରିୟ ଶବ୍ଦଟେ

ପରିଣତି ଭୟଙ୍କର ।

ହତ୍ୟାପାଇଥିବା ବ୍ୟକ୍ତିଙ୍କର ହୁଏ

ପରିବାର ଛାରଖାର ।।

ମୂଲ୍ୟବାନ ଅଟେ ମଣିଷ ଜୀବନ

ନଷ୍ଟ ହୁଏ କଲେ ହତ୍ୟା ।

କରିବାନି ହତ୍ୟା ଆସୁପଛେ ଯେତେ

ବାଧା ବିଘ୍ନ ମହାବାତ୍ୟା ।।

ଆତଙ୍କବାଦୀ କି ସନ୍ତ୍ରସବାଦୀର

କୁକର୍ମରେ ହେଲେ ଲିପ୍ତ ।

ଖୁଣ ହତ୍ୟା ପରି ହୀନ କର୍ମ କଲେ

ହେବ ସିନା ଅଭିଶପ୍ତ ।।

ବୁଦ୍ଧି ବିବେକରେ ଉନ୍ନତ ମସ୍ତିଷ୍କ

ସୃଷ୍ଟିରେ ମାନବ ଜନ୍ମ ।

ସୁକର୍ମରେ ସଦା ଉପଯୋଗ କରି

ରଖ ମାନବିକ ଧର୍ମ ।।

ହତ୍ୟାକାରୀ ମଧ୍ୟ ବହୁକଷ୍ଟ ପାଏ

ଜୀବନରେ କାଳେ କାଳେ ।

ନର୍କଗାମୀ ହୋଇ ଦୁଃଖକଷ୍ଟ ସହେ

ଇହକାଳେ ପରକାଳେ ।।

ଅନ୍ୟାୟ ଦୁର୍ନୀତି ଖୁଣ ହତ୍ୟା ଭଳି

କୁକର୍ମେ ନ ହୋଇ ବ୍ରତୀ ।

ମଣିଷ ଜୀବନେ ମଣିଷର କାମ

କଲେ ପ୍ରାପ୍ୟ ସ୍ୱର୍ଗ ପ୍ରାପ୍ତି ।।

   


Rate this content
Log in

Similar oriya poem from Inspirational