STORYMIRROR

Umasankar Sahu

Abstract Tragedy Others

3  

Umasankar Sahu

Abstract Tragedy Others

ହତ୍ୟା

ହତ୍ୟା

1 min
26.8K


ଦିନ ଦି'ପହରେ ଏଠି ଘଟି ଯାଏ ହତ୍ୟା,

ବହି ଯାଏ ରକ୍ତ ନଦୀ, ହଜି ଯାଏ ଲଜ୍ଜା...

ହିଂସ୍ର ମଣିଷ ଏଠି ପଶୁଠୁ ଭି ପାଷାଣ,

ରକ୍ତ ପିପାସୁ ସବୁ,

ଭୂମି ରୁ ଆକାଶ ଯାଏ ସବୁ ଲହୁ ଲୁହାଣ..

ଅଶ୍ରୁ ର ମୂଲ୍ୟ ଏଠି ଅଳିଆ ଠୁ ଶସ୍ତା

ଦିନ ଦି'ପହରେ ଏଠି ଘଟି ଯାଏ ହତ୍ୟା ॥

ଦିନ ଦି'ପହରେ ଏଠି ଘଟି ଯାଏ ହତ୍ୟା

ରାଜନିତୀ ରଣରେ ଅକାରଣେ ବଳି ପଡେ

କାହା ପୁତ୍ର କାହା ପତି କାହା ବନ୍ଧୁ ଭ୍ରାତା...

ମରିଲାଣି କୋଉ ଦିନୁ ଶାନ୍ତିର ମହକ

ତଲବାର କଥା କୁହେ, ଗର୍ଜଇ ବନ୍ଧୁକ,

ପାଲଟିଲାଣି ଏ ମହି ମରଣର ଯନ୍ତା

ଦିନ ଦି'ପହରେ ଏଠି ଘଟି ଯାଏ ହତ୍ୟା ॥

ଦିନ ଦି'ପହରେ ଏଠି ଘଟିଯାଏ ହତ୍ୟା

ଧର୍ମାଶୋକ କି ଆଜି ତ୍ୟାଗୀଛି ତା ଦୀକ୍ଷା,

ପାଲଟି ସେ ଚଣ୍ଡାଶୋକ ପୁଣି ହିଂସା ବୁଣୁଛି

ଗାଁ ଗାଁ ଘରେ ଘରେ ଖଣ୍ଡା କାତି ବୁଲୁଛି

ଶାନ୍ତି ମୈତ୍ରୀ ସଦ୍ଭାବନା ହାରିଲେଣି ସତ୍ତା

ଦିନ ଦି'ପହରେ ଏଠି ଘଟିଯାଏ ହତ୍ୟା ,

ଦିନ ଦି'ପହରେ ଏଠି ଘଟିଯାଏ ହତ୍ୟା

ଦିନ ଦି'ପହରେ ଏଠି ଘଟିଯାଏ ହତ୍ୟା ... ॥

©® ଉମାଶଙ୍କର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract