Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Mishra

Abstract Action Others

4  

Debabrata Mishra

Abstract Action Others

ହସର ରଙ୍ଗ

ହସର ରଙ୍ଗ

2 mins
200


ସେଦିନ ମୋ' ଆସିବାର ପ୍ରଥମ ସଙ୍କେତ

ଆଣିଥିଲା ହସ ବୋଉନନାଙ୍କ ଆଉ କେତେ ଓଠେ, 

ଭୂମିଷ୍ଠ ହେଲି କୁଆଁକୁଆଁ କାନ୍ଦୁଥିଲି ସତ

ସେ କାନ୍ଦରେ ଆନନ୍ଦର ଜନ୍ମିଲା କୋଳାହଳ

ଉତ୍ସବମୁଖର କରୁଥିଲା ମାଆର ମନ ଓ ମମତ୍ୱ ।


ସମୟ ଗତିରେ ମୁହୁର୍ତ୍ତ କ୍ଷଣ ସହ ବିତିଲା ଦିନ

ହସୁଥାଏ, କାଳେ ମୋତେ ଷଠୀ ମା' ହସାଉଥିଲା

ସେ ହସରେ ହସୁଥିଲା ବୋଉ ଆଉ ପରିବାର

ଶିଶୁଟିଏ ବଡ଼ ଭାଗ୍ୟଵାନ ତାକୁ ଯିଏ ଦେଖେ

ଖୁସିରେ ଟିକିଏ ହସିବାଟା ହୁଏ ସ୍ୱତଃପ୍ରବୃତ୍ତ ।


ଦିନ ପରେ ମାସ ବଢେ ମିଠା କଥା କହେ

ଖଣ୍ଡି ଖଣ୍ତି କଥାରେ ଓଃ କି ଆନନ୍ଦ ସମସ୍ତଙ୍କ ମୁଖେ

ସମସ୍ତଙ୍କ ହସ ଦେଖି ମୁଁ ପୁଣି ହସୁଥାଏ 

ହସମୟ ହୁଏ ଘର ଏ ହସରେ ଶବ୍ଦ ଥାଏ ଟିକେ

ଶିଶୁଟିଏ ନଥିଲେ ଘର ସତେ ଲାଗେ ଅସୁନ୍ଦର ।


ଆଉଟିକେ ବଡ଼ ହୁଏ ଧିରେଧିରେ ଚିହ୍ନେ ସଭିଙ୍କୁ

ମାମୁଁ, ମାଉସୀ, କକା-ଖୁଡ଼ୀ, ପିୟୁସା-ପିୟୁସୀ ଯେତେ

ମୋ' ହସର ଚାହିଦା ଏତେ ଯେ ମୋତେ ହସାନ୍ତି 

ଅନେକ କଥାର ବାହାନାରେ ଖୁସିର ମାଧ୍ଯମ ସଜାନ୍ତି

ମୋତେ ବି ନାଚଗୀତ ମଜା କରି ଲାଗୁଥାଏ ଖୁସି ।


ମାସପରେ ବର୍ଷ ଧିରେ ହସର ଶୈଳୀ ବଦଳେ 

ମୁଁ ସବୁ ବୁଝିଯାଏ ଏଥର ସ୍ମିତହାସ୍ୟ ଦିଏ ଶବ୍ଦହୀନ

ପାଠପଢା ବୟସ ଆସିଲେ ବହିସହ ବନ୍ଧୁତା ହୁଏ

ଟିକେ ଟିକେ ବଢେ ଜ୍ଞାନ ସାଙ୍ଗସାଥୀ ଖୁସି ଆସେ

ସାଙ୍ଗମାନେ ବିଭିନ୍ନ କଥାକୁ ନେଇ ହସୁ ଖୁସିରେ ।


ବୟସ ବଢିଚାଲିଥାଏ ହସ ବି ବଦଳାଉଥାଏ ରଙ୍ଗ

ବାଲ୍ୟରୁ କିଶୋର ଅବସ୍ଥା କୁ ହୁଏ ସମୟର ଗତି

ସବୁ ଜାଣିବାର ଇଛା ମନରେ ଅହେତୁକ ପ୍ରଶ୍ନନଦୀ

କେତେବେଳେ କୁଆଡ଼େ ଯାଉଥାଏ ବହି ବହି ସହ

ଏ ହସରେ ଟିକେ ଚିନ୍ତନ ଥାଏ ବୁଝିବାପଣିଆ ଥାଏ ।


ଧିରେଧିରେ ସରିଯାଏ ବିଦ୍ୟାଳୟର ସ୍ୱର୍ଣ୍ଣିମ ଦିନ

କେତେ ଖେଳ ମଜା ପାଠପଢା ସହ ମିଠା ସଜା

ସାର୍ ଦିଦି ମାନଙ୍କ ଶିକ୍ଷା ସହ ସ୍ନେହ ଆଦର ଆକଟ

କଲେଜ ପଢିବା ପାଇଁ ଓଠରେ ଏକ ଭୟମିଶା ହସ

ନୁଆନୁଆ ସବୁ ଲାଗେ ସତେ ଛୁଇଁଯିବୁ ଆକାଶକୁ ।


ପୁଣି ଆରମ୍ଭ ହୁଏ ଏକ ମୁକ୍ତ ଜୀବନ ମୁକ୍ତ ପରିବେଶେ

ଲାଗେ ସତେ ବିଦ୍ୟାଳୟ ଟି ଥିଲା ବୋଧେ ଯନ୍ତାଟିଏ

କିଶୋରପଣର ଦୁଷ୍ଟାମୀର କେତେ ଉଦାହରଣ ଦିଶେ

କିଛି କର୍ତ୍ତା ସାଜନ୍ତି କିଛି ସହାୟକ ଆଉ କିଛି ଦର୍ଶକ

ଆଖିରେ ଆଖିରେ ହସ ଦିଶେ ଓଠ ନୀରବରେ କହେ ।


ଏ ହସର ରଙ୍ଗ ବି ଫିକା ପଡ଼େ ପରୀକ୍ଷାର ଫଳପରେ

ତଥାପି ଜୀବନତ ଉତ୍ଥାନ ପତନର ଦୁନିଆ ଇଏ 

ହସଥାଏ ଟିକେ ଲୁହ ମିଶା ଟିକେ ଅଭିମାନ ଭରା

ବିଛିନ୍ନ ହୁଅନ୍ତି ନୁଆନୁଆ କଲେଜ ଓ କିଛି ସ୍କୁଲ ସାଙ୍ଗ

ମନରେ ପାଠପ୍ରତି ଆଗ୍ରହ ସହ ଭବିଷ୍ଯତ ଚିନ୍ତା ଥାଏ ।


ସରିଯାଏ ପାଞ୍ଚ ବରଷର ଅବଧି ମନରେ କେତେ ଆଶା

ଏଥର କ'ଣ କରିବା, ଆରମ୍ଭ ହୁଏ ଏକ ଚେତନାର ହସ

ନିଜକୁ ବୁଝି ଅନ୍ୟକୁ ବୁଝାଇବାର ଅଳପ କ୍ଷମତା ମନେ

ଖୋଜିବୁଲେ ମନ କିଛି ରୋଜଗାର ପରିବାର ପାଇଁ

ଅବା ନିଜର ବୟସ ମାଗୁଥିବା କିଛି ଆବଶ୍ଯକ ପାଉଣା ।


ଭିନ୍ନ ମନରେ କିଏ ବେପାର କିଏ ଅନ୍ୟ ପନ୍ଥାରେ ଲାଗେ

ଆଉ କିଏ ନିଜକୁ ଆଉଟିକେ ଆଗକୁ ନେବାରେ ସଂଘର୍ଷରତ

ସମୟ ଗଡ଼େ ସତ ହସ ସରିସରି ଆସି ହୁଏ ମିଛହସ

ବଡ଼ହେବାର ସ୍ୱୀକାରୋକ୍ତି ମନକୁ କରାଏ ଦାୟିତ୍ୱବାନ

ହସ ବଦଳୁଥାଏ, ଥାଏ କିନ୍ତୁ ମନେ ସ୍ୱପ୍ନର ହସଟିଏ ।


ପ୍ରାପ୍ତ ମନ ପ୍ରାପ୍ତି କରେ କେତେ ସଫଳତା କିଏ ଟିକେ ଡ଼େରି

ଆଉ କିଏ ଉଚିତ୍ କାଳେ ପାଇଯାଏ ସଫଳତା ର ଆନନ୍ଦ

ସମସ୍ତ ଙ୍କ ମଧ୍ଯରେ ଥାଏ ଭିନ୍ନ ଚିନ୍ତାଧାରା, କେବେ ବିବାଦ

ନିଜକୁ ଛିଡ଼ା କରାଇବାର ଦକ୍ଷତା ଏକ ସ୍ୱତନ୍ତ୍ର ହସଦିଏ ମନେ

ଘର, ପରିବାର ହସେ ଆଉ ହସ ଫୁଟେ ବୋଉର ଓଠେ।


Rate this content
Log in

Similar oriya poem from Abstract