STORYMIRROR

ବି. ନିରୁପମା

Inspirational

4  

ବି. ନିରୁପମା

Inspirational

ହସକୁରି ଝିଅ ସାଜି

ହସକୁରି ଝିଅ ସାଜି

1 min
328

ମୋ ପାଖରେ ଅଛି ହସର ଠିକଣା

ତୁମେକି ଖୋଜୁଛ ତାକୁ ,

ଦୁଃଖ ଦଇନରେ ଭାଙ୍ଗି ନ ପଡ଼ି ମୁଁ

ଦମ୍ଭ କରି ଅଛି ବୁକୁ ।


ଜନମ ଆମକୁ ଦେଇଛନ୍ତି ପ୍ରଭୁ

କରମ କରିବା ପାଇଁ ,

ଅନ୍ୟ ସୁଖ ଶିରୀ ଦେଖିକରି କିଆଁ

ତୁଳନା କରିବି ମୁହିଁ ।


ବାପଟି ମୋହର ଦିନ ମଜୁରିଆ

ମାଆ ଅନ୍ୟ ଘରେ ଖଟେ ,

ତେବେ ଯାଇ ଆମ ଭାଇ ଭଉଣୀଙ୍କ

ଆହାର ପଶଇ ପେଟେ ।


ତରତର ହୋଇ ପାଇଟି ସାରି ମୁଁ

ପାଖ ଇସ୍କୁଲକୁ ଯାଏ ,

ଗାଧୋଇ ଖୁଆଇ ସାଙ୍ଗରେ ପୁଣି ମୋ

ଭାଇ ଭଉଣୀଙ୍କୁ ନିଏ ।


ତାଆରି ଭିତରେ ସପନ ଦେଖେ ମୁଁ

ମାଷ୍ଟରାଣୀ ହେବି ପଢ଼ି ,

ଆମ ବସ୍ତିପିଲା ଯେତେକ ତାହାଙ୍କୁ

ମଣିଷ କରିବି ଗଢ଼ି ।


ଅନ୍ୟ ସୁଖ ଦେଖି ଜଳିବା ଶିଖିନି

ନିଜ କାମେ ଥାଏ ମଜ୍ଜି ,

ତେଣୁ କରି ମୁହିଁ ହସିବା ଶିଖିଛି

ହସକୁରି ଝିଅ ସାଜି ।



Rate this content
Log in

Similar oriya poem from Inspirational