STORYMIRROR

Ghanashyam Biswal

Romance

2  

Ghanashyam Biswal

Romance

ହସିଲା ଜୀବନ

ହସିଲା ଜୀବନ

1 min
87

ଆଉଥରେ

ହସିଲା ମନ

ଆଉ

ନିଃଶ୍ୱାସ ଫେରି ପାଇଲା ପ୍ରାଣ

ଦୁଃଖର ଅଗ୍ନିଜ୍ୱାଳା ପିଇ ପିଇ

ଦରଜ ମରୁଭୂମିର ବାଲି ରଗଡ଼ା ଖାଇ ଖାଇ

ବୁକୁଫଟା ଛାତି

ଆଉ

ଦଦରା ଜୀବନକୁ

ଆଶ୍ରା କରି

ପଥର ମଣିଷ ହେବାର

ନିଆରା ଅନୁଭବ ସହି ସହି

ଆଦରି ନେଇଥିଲି

ବେସାହାରା ହୋଇ

ମରି ମରି


ଫଟା ମାଟିକୁ ବରଷାରାଣୀ

ଭିଜେଇଲା ପରି

ଓଦା କଲୁ ମନ

ଦେଖାଇଲୁ ସୁନା ସପନ

ହସିଲା ପ୍ରାଣ

ଢାଳିଦେଲୁ ସେନେହ ମମତା

ଝରାଇ ଭଲପାଇବାର ନିର୍ଝରିଣୀ

ସାଜି ମୋ ମୋ ମନର ସପନ ରାଣୀ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance