ହସିବୁ ଦିନେ
ହସିବୁ ଦିନେ
ମନ କହୁଥିଲା ମୋର ପ୍ରକୃତିକୁ ଦେଖି
ହସିବୁ ତୁ ଦିନେ ନା ଦିନେ
ବାସିବୁ ତୁ ଦିନେ ନା ଦିନେ
ଆଜି ସେ ଦିନ ଆସିଛି ।
କଳକାରଖାନା ଯାନବାହାନ
ଚାଲୁନାହିଁ ଲକଡାଉନରେ
ପ୍ରଦୂଷଣ କେତେ କମିଯାଇଅଛି
ଦେଖ ପ୍ରକୃତିମାଆ ତୋ ଆଖିରେ ॥
ସବୁଜ ସୁନ୍ଦର ଧରଣୀ ଦେଖି
ବାଧ୍ୟ ହୁଏ କବି ଅଧିକ ଭାବିବାକୁ
କଳ ବିନା ଯଦି ଚଳିହୁଅନ୍ତା
ଅମ୍ଲଜାନ କମନ୍ତାନି ଶରୀରକୁ ॥
ଦେଖ ଏ ଧୂଆଁର ଛବିକୁ ସଭିଏଁ
କେତେ ଘନ କୁହୁଡି ଭଳି
ଆହା ମୋ ଧରଣୀ କେତେ ହସୁଛି
ନଦୀ ପରିଷ୍କାର ହୋଇଛି ।
ନିତି ଏମିତି ଥାନ୍ତା ପରିବେଶ
ପ୍ରାକୃତିକ ବିପର୍ଯ୍ୟୟ ଆସନ୍ତାନି
କଳିଯୁଗର ଅବସାନ ହେଉଛି
କିଏ ଆଊ ତୁଣ୍ତେ ଧରନ୍ତେନି ॥
