ହସେ ଆମ ବଗିଚା
ହସେ ଆମ ବଗିଚା
ହସେ ଆମ ବଗିଚାଟି ନାନା ଫୁଲ ଫଳେ
ପୁଲକିତ ତନମନ ଦରଶନ ଡୋଳେ
ତା'ର ଅପରୂପ ଶୋଭା
ରୂପ ରଙ୍ଗ ବାସ ଯେତେ ବିକାଶଇ ଆଭା ।
ମହକେ ମହକି ଉଠେ ମଧୁକୀଟ ମତି
ଏ ଫୁଲୁ ସେ ଫୁଲ ଉଡ଼ି ଟିକି ପ୍ରଜାପତି
ଗୁଣୁଗୁଣୁ ଗାଇ ଗୀତ
ହରଷରେ ମଧୁ ଚୁମି ପ୍ରାଣ ବିମୋହିତ ।
ଭୁଞ୍ଜି ମିଠା ପକ୍ବ ଫଳ ପକ୍ଷୀ ଆନନ୍ଦିତ
ଢେଣା ମେଲି ଗାଏ ତା'ର ଜୀବନ ସଂଗୀତ
ବଗିଚାର ବିଶେଷତ୍ୱ
ରଖଇ ଏପରି ତା'ର ବଢ଼ାଇ ମହତ୍ତ୍ବ ।
ଉଦ୍ଭିଦ ବଗିଚା ସମ ଧରା ଉପବନେ
ଫୁଲ ସମ ହସୁଥାନ୍ତି ଶିଶୁ କଢି଼ମାନେ
ରଙ୍ଗ ଭରା ଦଳ ମେଲି
ବାସେ ମହକାଇ ନାଚି ଗାଇ ଝୁଲିଝୁଲି ।
ମାଳି ପ୍ରତିଟି ଗଛର ଯତ୍ନ ନେଲା ପରି
ଶିଶୁ ଯତ୍ନ କଲେ ରତ୍ନ ଝଡି଼ ତା'ର ଶିରୀ
ବଢ଼ି ଧରା ଆଲୋକିତ
ଉଜ୍ଜ୍ବଳମୟ କରଇ ସର୍ବ ମନ-ହୃଦ ।
ପ୍ରଗତିର ମିଠା ଫଳ ଲଭନ୍ତେ ସଭିଏଁ
ଆନନ୍ଦରେ ମୁଖରିତ ବିହଙ୍ଗ ପରାଏ
ଗାଇ ସୁମଧୁର ଗୀତ
ସୁଖ ସମ୍ପଦରେ ପାନ ଜୀବନ ଅମୃତ ।