STORYMIRROR

pranati Mahapatra

Comedy Children

3  

pranati Mahapatra

Comedy Children

ହସବଟିକା ଦନେଇ ଅଜାର

ହସବଟିକା ଦନେଇ ଅଜାର

1 min
205

ଗାଁ ଶେଷ ମୁଣ୍ଡ ବରଗଛ ମୂଳେ

ଗୁମୁଟିଟା ସଦା ଖୋଲା,

ବଣ୍ଟାଯାଏ ହସ ବଟିକା ତ ଆମ

ଦନେଇ ଅଜାର ପାଲା।

ନାଲି ଚା ଚୁଡା ପେଟେ ଖାଇ ଦେଇ

ଦେକାନ ମେଲେଇ ଦିଏ,

ଆଇ ଗଲାଦିନୁ ଗୁମୁଟି ତା ଘର

ସଭିଙ୍କ ଆପଣା ସିଏ।

ହଣାମରା କରି ପୋଖରୀ ପାଖରେ

ଏଣୁ ତେଣୁ ଚାଷ କରେ,

ମନଦୁଃଖ ଥିଲେ କାହାର କେବେ ବା 

ବେଳ କଟେ ଗୁମୁଟିରେ।

ଦନେଇ ଅଜା ତ ହସର ବଟିକା

ସଭିଙ୍କୁ ଯେ ବାଣ୍ଟୁଥାଏ,

ଫୁସଫାସ କିଏ ବାୟୁ ଛାଡିଦେଲେ

ଭଲ ଢଗ ସେ ପକାଏ।

ବାୟୁ ଯେ ଅସୁର ବାୟୁ କି ଜାଣଇ

ଶାଶୁ ଶ୍ଵଶୁର ପିଲାଏ।

ଢୋ ବାୟୁ ଗନ୍ଧନ,ଫୁସ୍ ବାୟୁ ଚନ୍ଦନ

ଢୋ ବାୟୁ ମହାରାଜା,

ଏମିତିକା କଥା କହି ମନମୋହେ

ଆମ ଏ ଦନେଇ ଅଜା।

ନିଃସନ୍ତାନ ପୁଣି ଏକୁଟିଆ ବୋଲି 

ମନ କରେନାହିଁ ଦୁଃଖ,

ଯାହା ତାହା ଖାଇ ବିଛଣା ଧରଇ

ସଦା ଡାକେ ପଦ୍ମମୁଖ।

ତବ ପାଦେ ମୋତେ ରଖ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy