STORYMIRROR

Sandhyarani dash

Abstract

2  

Sandhyarani dash

Abstract

ହସ

ହସ

1 min
361

ସୂର୍ଯ୍ୟ ନ ହସିଲେ ରାତି ସରିବନି

ଥର ଥର ହେବ ଧରା

ରାତି ଅଭିସାର ଭଲ ଲାଗିବନି

ନ ହସିଲେ ଚନ୍ଦ୍ର ତାରା

ପରାଣ ଶକତି ପୃଥିବୀରେ ଭରି

ପବନ ଖେଳାଇ ଦୋଳି

ମେଘ ହସୁ ଜଳ ଗଛ ହସୁ ଫଳ

ଆସୁଛି ଭଳିକି ଭଳି

ଫୁଲ ହସୁଥିଲେ ସୁବାସ ରୁ ତାର

ବିଷାଦ ହୁଅଇ ଦୂର

ଋତୁ ଅନୁଯାଇ ପ୍ରକୃତି ହସିଲେ

ଧରା ହୁଏ ଭରପୁର

ବୟସ ହସିଲେ ଯଉବନ କାଳେପ

ପଶୁଟି ବି ଧନ୍ୟ ଦିଶେ

ଦୂର୍ ଦିଗ୍ ବଳୟ ହସୁ ଥିଲେ ଲାଗେ

ପୃଥିବୀ ଆକାଶ ମିଶେ

ଥରୁଟିଏ ହସ ଥରୁଟିଏ ଦେଖା

ମନ ନେଇ ଯାଏ କିଣି

ସାତ ଶତ୍ରୁ ଯଦି ହସି ଦିଏ ଥରେ

ପଥର ହୁଅଇ ପାଣି

ରାଗ ଅଭିମାନ ଆଖି ଲୁହ ଆଣେ

ଜୀବନରେ ଘୋର ଶଙ୍କା

ହସି ହସାଇଲେ ଜଗତ ସୁନ୍ଦର

ହସ ମୂଲ୍ୟ ଲକ୍ଷେ ଟଙ୍କା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract