Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chttaranjan Parida

Inspirational

3.4  

Chttaranjan Parida

Inspirational

ହସ

ହସ

1 min
12K


 ହସ 

   ଏକ ଅମୋଘ ଅସ୍ତ୍ର 

     ଶତ୍ରୁର ହୃଦୟକୁ ଜିଣିବାକୁ

     ସମସ୍ୟାଗୁଡିକୁ ସମ୍ନା କରିବାକୁ

     ଭୟ ଭ୍ରାନ୍ତିଠୁ ଦୂରେ ରହିବାକୁ

     ଜୀବନକୁ ଭଲଭାବେ ବୁଝିବାକୁ ।

 ହସ

   ଏକ ସୁନ୍ଦର ଗହଣା

      ସୁନ୍ଦରତାକୁ ଦୁଇଗୁଣ କରେ

      ବାନ୍ଧିପାରେ ପ୍ରେମର ରଜ୍ଜୂରେ

     ଅନ୍ୟ ହୃଦୟେ ନୀଡ ରଚିପାରେ

     ଶ୍ରେଷ୍ଠ ଉପଚାର ଏହା

      ରୋଗ କଷ୍ଟ ଦୂରୀଭୂତ କରେ ।

 ହସ

    ବନ୍ଧୁତ୍ଵର ପ୍ରତୀକ

       ବନ୍ଧୁସହ ନିବିଡ଼ତା ସୃଷ୍ଟିକରେ

       ନୂତନ ବନ୍ଧୁ ଆମନ୍ତ୍ରଣ କରେ

       ଭିନ୍ନତା ମଧ୍ୟରେ ଏକତା ଆଣିପାରେ

        ହସଖୁସିର ଦୁନିଆଟେ ସୃଜିପାରେ ।

 ହସ

   ଏକ ଶ୍ରେଷ୍ଠ ଉପହାର

       ଏହା ସଭିଙ୍କୁ ସୁଲଭରେ ଦେଇହେବ

        ସଭିଏଁ ହସିଲେ ଦୁନିଆ ହସିବ

        ଜୀବନି ଶକ୍ତିର ଉଦ୍ରେକ ହୋଇବ

        ବିଶ୍ଵେ ପ୍ରେମର ମହକ ବିସ୍ତାରିବ ।

   ଜୀବନର ଚଲାପଥରେ

   ସୂର୍ଯ୍ୟୋଦୟ ପୁଣି ସୂର୍ଯ୍ୟାସ୍ତ ରହିଛି

    ଆନନ୍ଦ, ନିରାନନ୍ଦର ଅନୁଭବ ଅଛି

    କିଛି ହରେଇବା କିଛି ପାଇବାରେ

              ଅନୁଭୂତି ଅଛି

    କିନ୍ତୁ ହସଠାରୁ ବାରମ୍ବାର

    କିଛି ଶିଖିବାର ଅଛି

    କିଛି ଶିଖିବାର ଅଛି ।



Rate this content
Log in

Similar oriya poem from Inspirational