STORYMIRROR

Anirudha Kund

Inspirational

3  

Anirudha Kund

Inspirational

ହରିନାମ

ହରିନାମ

1 min
269


ଚଉରାସି ଲାଖ ଯୋନି ଭ୍ରମଣେ 

ଏ ମାନବ ଜନମ ବେଦପ୍ରମାଣେ

କାହିଁକି କରୁ ତୁ ଏତେ ଅହଙ୍କାର

ଶାଶ୍ବତ ନୁହେଁ ପଞ୍ଚତତ୍ତ୍ବ ଶରୀର

ନିଶ୍ବାସ କୁ କି ବିଶ୍ବାସ ବାବୁ ଧନ

ଘଟ ଥିବ ଉଡି ଯିବରେ ପରାଣ

ମାଟିର ଶରୀର ମାଟିରେ ମିଶିବ

କର୍ମ ଆଦରି ନୂଆ ଘଟେ ବସିବ

ଜନମ ମରଣ ବିଚିତ୍ର ଚକର

କାଲି ନଥିବ ଯିଏ ଆଜି ନିଜର

ଦୁର୍ଲ୍ଲଭ ଅଟଇ ମାନବ ଜନମ

ଏହି ଜନମ ମୁକ୍ତିପଥ ପରମ

ମୁଖେଥିଲେ ହରିନାମ ଅନ୍ତକାଳେ

ତରିଯିବୁ ଏ ସଂସାରୁ ଧର୍ମବଳେ

ବେଳ ଥାଉ ଥାଉ ହରି ନାମ କର

ହରି ହିଁ ସାଥି କେହି ନୁହେଁ କାହାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational