ହରିହର
ହରିହର
ନମୋ ନମୋ ହରି-ହର ଏକ ଆତ୍ମା
ଆହେ ଅଭିନ୍ନ ସ୍ଵରୁପ,
ନମସ୍ତେ ନମସ୍ତେ ପ୍ରଭୁ ହରିହର
ନାଶ ସଂସାରର ତାପ ॥
ନମୋନମୋ ହରିହର ବିଶ୍ଵପିତା
ଅଭୟ ବରଦାୟକ,
ନମସ୍ତେ ନମସ୍ତେ ହରିହର ସ୍ୱାମୀ
ହେ ପ୍ରଭୂ ବିଶ୍ଵବ୍ୟାପକ ॥
ହରି ଅଟତୁମ୍ଭେ ଶରଣରକ୍ଷଣ
ଜଗତ ପାଳନ କର୍ତ୍ତା,
ହର ରୁପେ ତୁମ୍ଭେ ସୃଷ୍ଟି ସଂହାରଣ
କରିଥାଅ ବିଶ୍ଵ ପିତା॥
ନାଭି କମଳରୁ ପଦ୍ମକଳ ଯାତ
ପଦ୍ମରୁ ପଦ୍ମଯୋନୀଙ୍କୁ,
ପଦ୍ମଯୋନୀ ନାଶା ରନ୍ଧ୍ରୁ ଜନ୍ମଦେଲ
ତୁମ୍ଭେ ହେ ଭୋଳାନାଥଙ୍କୁ ॥
ସ୍ଵୟଂଅଟ ଅଂଶୀ ହର ତୁମ୍ଭ ଅଂଶ
ପ୍ରଭୁ ତୁମ୍ଭେ ମୂଳାଧାର ,
ସୃଷ୍ଟି ହର୍ତ୍ତା-କର୍ତ୍ତା, ଭାଗ୍ୟର ବିଧାତା
ଦୟାମୟ ହରିହର ॥
ହରିହର ଦୁଇ ମୂର୍ତ୍ତୀ ଏକ ଅଟ
ଏହା ଯେ ଜାଣିନପାରେ ,
ହରିଙ୍କୁ ପୂଜିଯେ ହରଙ୍କୁ ନପୂଜେ
ପାପୀ ହୁଏ ଗଣନାରେ॥
ତବ ଶ୍ରୀଚରଣ ଯୁଗଳପାଦରେ
ଚିତ୍ତ-ମତ୍ତି ସଦା ରହୁ,
ଶ୍ରୀହରିହରଙ୍କ ନାମ ଗାଇ ଗାଇ
ଏ ଜୀବନ ଚାଲିଯାଉ ॥
