STORYMIRROR

Prasanna Kumar Madala

Classics

3  

Prasanna Kumar Madala

Classics

ହରିଭକ୍ତ ପ୍ରହଲ୍ଲାଦ

ହରିଭକ୍ତ ପ୍ରହଲ୍ଲାଦ

1 min
261


ହିରଣ୍ୟାକ୍ଷ ବଧି    ଧରାକୁ ଜଳଧି

ଗର୍ଭରୁ ଉଦ୍ଧାର କରି

ପ୍ରମତ୍ତକୁ ପ୍ରଭୁ     ପ୍ରମଥିଲ ଭବୁ

ବରାହ ରୂପକୁ ଧରି

ଆକ୍ରୋଶେ ଅନୁଜ  ପ୍ରତାପୀ ଦନୁଜ

ହିରଣ୍ୟକଶ୍ୟପ ଅରି

ବଳେ ହୋଇ କ୍ରୁଦ୍ଧ  ଜିଜ୍ଞାସିଲା ଯୁଦ୍ଧ

ତ୍ରିଭୁବନେ ଅନୁସରି

ଅନାଦି ବ୍ରହ୍ମ ହେ ହରି

ଅଣାକାର ରୂପ  ଘେନି ଦୈତ୍ୟ ଭୂପ

ହୃଦୟେ ରହିଲ ବରି ।


ପ୍ରଣୟେ ବିହରି   କୟାଧୁ ଶ୍ରୀହରି

ଜ୍ୟୋତିକୁ ନିରେଖି ଡୋଳେ

ସହବାସ ପର୍ବେ   ତନ୍ମୟତା ଲଭେ

ପରମ ଆନନ୍ଦ ଲୋଳେ

ଗର୍ଭାଧାନ ବେଳେ ସଞ୍ଚରିତ ହେଲେ

ପ୍ରହଲ୍ଲାଦ ସୁତ କୋଳେ

ଦାନବ ଔରସେ   ସମ୍ଭୂତ ହରଷେ

ତୋଷଇ ଶୈଶବ ରୋଳେ

ଆହ୍ଲାଦେ ତନୟେ ତୋଳେ

ପ୍ରହଲ୍ଲାଦ ପୁତ୍ର    ଭଜେ ନାମସୂତ୍ର

ବୈଷ୍ଣବ ଭକତି ଭୋଳେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics