STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ହରି ହରି ନାମ ଜପୁଥା ହରି ହର

ହରି ହରି ନାମ ଜପୁଥା ହରି ହର

1 min
342

ହରି ହରି ନାମ ଜପ ମନୁଆ ରେ ତୁହି

ହରି କରିବେ ଏ ଭବ ଜଳଧି ରୁ ତ୍ରାହି।


ହରି ନାମ ମନ ତୁରେ ଜପୁ ଥା ଅ ନିତ୍ୟ

ହରି ନାମ ଧରି ନରେ ହୋଇବ ମୁକତ।


ହରି ନାମ ଗୋଟିଏ କ ଅଟେ ବ୍ରହ୍ମ ଜ୍ଞାନ

ହରି ନାମ ଧରିଲେକ ମିଳେ ଗଙ୍ଗା ସ୍ନାନ।


ହରି ନାମ ଗୋଟିଏକ ଭବ ଜଳେ ତରୀ

ସେ ତରୀରେ ବସି ଭବ ଜଳୁଁ ହେବ ପାରି।


ହରି ନାମ ନେଲେ ଯମ ନ ପଶଇ ପାଖ

ହରି ହରି ନାମ ଗୋଟି ଜପୁ ଥାଅ ନିତ୍ୟ।


ହରି ନାମ ନେଇ ଭବ ସିନ୍ଧୁ ହୁଅ ପାରି

ଭବ ସିନ୍ଧୁ ପାରି ପାଇଁ ସେ ଏକା ନାଉରୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational