STORYMIRROR

Prabhanjana Tripathy

Inspirational Others

4  

Prabhanjana Tripathy

Inspirational Others

ହରି ବୋଲ

ହରି ବୋଲ

1 min
193


ମୃତ୍ୟୁ ଅନିବାର୍ଯ୍ୟ, ପୂର୍ବ ନିର୍ଦ୍ଧାରଣ

ନିୟତି କପାଳେ କରନ୍ତି ଭିଆଣ ,

ଜନ୍ମ, ଜରା,ମୃତ୍ୟୁ ଏ କାଳ ଦର୍ଶନ

ଏହାଙ୍କୁ ସମ୍ମାନ ଦିଏ ଭଗବାନ ll


ନର ଦେହେ ଜନ୍ମି,ପୁନ୍ୟ କର୍ମ କର

ନାରାୟଣ ନାମ ସଦା ଚିତ୍ତେ ଧର ,

ବଡ଼ଙ୍କୁ ହୃଦୟେ କର ସଦା ଭକ୍ତି,

ଗୁରୁଙ୍କ ଆସିଷେ ମିଳେ ମହା ଶକ୍ତି , ll


ଦୁଖଃ ଦେଖିଲେତ ହୃଦୟ ବିକଳେ

ନାରାୟଣ ମାୟା ନର କିବା କଳେ ,

ମୃତ୍ୟୁ ଅନିବାର୍ଯ୍ୟ ଜାଣନ୍ତି ହେ ସର୍ବେ

ଧନ, ନାମ ପାଇ ନର ଫୁଲେ ଗର୍ବେ ll


ଦି ଦିନର ଖେଳେ ,ଖେଳେ ରଙ୍ଗମଞ୍ଚେ

କୃତ କର୍ମର ଭାଗ ଭଗେ ପଛେ ,

ସାନ, ବଡ଼ ଭେଦ ନହିଲା ମାନବେ

କେବଳ ନିଜକୁ ରଖି ଆତ୍ମ ଗର୍ବେ ,ll


ମରିଗଲେ ମଢ଼ା' କହି ନ ଛୁଇଁବେ

ମଲା ଶରୀର କୁ ସ୍ମଶାନ କୁ ନେବେ ,

ହରି ନାମ ବିନୁ ନ ଯିବେ ବୋହିକି

ତେଣୁ ଧର୍ମ କର ସଂସାରେ ରହିକି ,ll


ଚାରି ବାଉଁଶରେ ପିରି ଛଣ ଦେଇ

ଚାରି ଖାନ୍ଦ ପରେ ଯିବେ ବୋହି ବୋହି ,

ଜୁଇରେ ଲଗାଇ ନାନା ବିଧେ ଅଗ୍ନି

ମଲା ଶରୀରକୁ ଖାଇବ ମଶାଣି , ll


ତିନି ଦିନେ ପୁଣି ଖାଇବେ ଯେ ପିତା

ଘରେ ନ ପଢିବେ ଭାଗବତ ଗୀତା ,

ଜୁଇ ସିତଳେଇ ଅସ୍ତିର ସଞ୍ଚୟ

ଜାଣି ଶୁଣି "ମୃତ୍ୟୁ" କିଆଁ ଲାଗେ ଭୟ ,ll


ସପ୍ତମ ଦିନରୁ ହୁଏ ପଣା ଭୋଗ

ବ୍ରlହ୍ମଣ ଖୁଆଇ ପୁନ୍ୟ ହୁଏ ଯୋଗ,

ଅଷ୍ଟମ ନବମ ପରେ ହୁଏ ଦଶା

ତେଣୁ ଜୀବନକୁ ନୁହଇଁ ଭରଷା ll


ଦଶ ଦିବସରେ ଦଶାହ ସମ୍ପୂର୍ଣ୍ଣ

ସୁଦ୍ଧ ହୋଇ ପିନ୍ଧି ନୂଆ ବସ୍ତ୍ର ମାନ ,

ବାର ଦିବସରେ ଆମିଷ ଭକ୍ଷଣ

ବନ୍ଧୁ ସୋହଦରେ ମିଳେ ସନମାନ ll



Rate this content
Log in

Similar oriya poem from Inspirational