Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Classics

3  

Sarojini Mishra

Classics

ହରି ବଲ୍ଲଭା

ହରି ବଲ୍ଲଭା

1 min
197



କ୍ଷୀରାବ୍ଧି ତନୟା ମାଗୋ ହରିପ୍ରିୟା

ମହାଲକ୍ଷ୍ମୀ ପଦ୍ମାଳୟା

ଜଗତ ଜନନୀ ହରି ପ୍ରାଣ ପ୍ରିୟା

ତୁହି ମାତ ବିଷ୍ଣୁପ୍ରିୟା ।


ସାଗର ଦୁଲଣୀ ମାତା କମଳିନୀ

ହରି ବଲ୍ଲଭା କମଳା

ଭକତ ଭାବରେ ସଦା ତୁ ବନ୍ଧିତା

ତୁ ଅଟୁ ଶ୍ରୀୟା ପୂଜିତା ।


ଭାବମୟୀ ମାତା ଲକ୍ଷ୍ମୀ ଠାକୁରାଣୀ

ଜାତି ଗୋତ୍ର ନାହିଁ ମତି

ଭକତି ଭାବରେ ପୂଜିଲେ ତୋତେ ମା

ଦେଇଥାଉ ତୁହି ସିଦ୍ଧି ।


ତୁହି ମା ସିଦ୍ଧିଦା ତୁହି ମା ବୁଦ୍ଧିଦା

ତୁହି ଅଟୁ ମା ବରଦା

ଧନ ମାନ ଦାତ୍ରୀ ତୁହି ପଡ଼ିଦାତ୍ରୀ

ତୁହି ଜଗତର ମାତା ।


ଶ୍ଵେତାମ୍ବରୀ ମାତା ମୁକ୍ତି ସ୍ଵରୂପିଣୀ

ଶଙ୍ଖ ଚକ୍ର ଗଦା ଧାରୀ

ନାନାଳଙ୍କାରରେ ବିଭୂଷିତା ମାତା

ତୁହି ମାତା ଧନ ଧାତ୍ରୀ ।


କମଳ ପୁଷ୍ପରେ ଶୋଭିତା ମାତା ଲୋ

ଅପୂର୍ବ ଶୋଭା ଭଣ୍ଡାର

ବୈକୁଣ୍ଠ ବାସିନୀ ଜଗତ ମୋହିନୀ

ଦୁଷ୍କୃତି ନାଶନ କର ।


ମାତା ମନୋହାରୀ ହରି-ହିୟ ହାରୀ

ଭକ୍ତି ମୁକ୍ତି ପ୍ରଦାୟିନୀ

ଜଗତକୁ ଦେଏ ଶୁଭ ଦୃଷ୍ଟି ମାତା

ଆସ ମାଆ ଶୋଭା ଦାୟିନୀ।


ଜଗତକୁ ମାତା ସୁଦୃଷ୍ଟି ପକାଅ

ଦିଅ ମାଆ ଆଶିଷ ବାରି

ଜୀବନ କର ହେ ମଙ୍ଗଳ ମୟ 

ମାତା ଢାଳ କୃପା ବାରି ।




Rate this content
Log in

Similar oriya poem from Classics