STORYMIRROR

Ghanashyam Jena

Inspirational

4  

Ghanashyam Jena

Inspirational

ହରଘର ତ୍ରିରଙ୍ଗା

ହରଘର ତ୍ରିରଙ୍ଗା

1 min
255


ଏକଶତିରିଶ କୋଟି ପୁତ୍ର କନ୍ୟା

ଅଟନ୍ତି ଯା'ର ସନ୍ତାନ,

ସେ' ଭାରତ ମାତା ଯେ' ବିଶ୍ଵ ବନ୍ଦିତା

ଉଚ୍ଚା କରିଛି ମଥାନ।


ସ୍ୱାଧୀନତାର ଅମୃତ ମହୋତ୍ସବ 

ପାଳୁ କୋଣ ଅନୁକୋଣେ

ଉଡ଼ାଇବା ଆମେ,"ହରଘର୍ ତ୍ରିରଙ୍ଗା"

ଚେତାଇ ଦେବାରେ ଆମେ।


ହୁଅ ଏକତ୍ରିତ ଅଛ କନ୍ୟା ପୁତ୍ର

ଯେତେ ଜାତି ଧର୍ମ ବର୍ଣ୍ଣ,

ଆଜିର ଦିନରେ କରିବା ଶପଥ

ହୁଅ ସର୍ବେ ଅବତୀର୍ଣ୍ଣ।


ଘେରିଅଛି ଦେଶେ ସନ୍ତ୍ରାସବାଦ

ନକ୍ସଲବାଦର ଦାଉ,

ଚିର ଶତ୍ରୁଆମ ଖଳ ପାକିସ୍ଥାନ

ଚାଇନା ଦେଖାଏ ଭାଉ।


ପର ଶତ୍ରୁ ଠାରୁ ଘର ଶତ୍ରୁ ପ୍ରତି

ରହିବା ସଦା ସଜାଗ,

ଅମୃତ ଉତ୍ସବ ଆଣି ଅଛି ଦେଶେ

ଆଜ ଅପୂର୍ବ ସୁଯୋଗ।


ଧର୍ମନ୍ତକରଣ ଗ୍ରାସୁଅଛି ଦେଶ 

ଧର୍ମ ନିରପେକ୍ଷ ନାମେ,

ତାର ପ୍ରତିକାର ପାଇଁ ତତପର

ହୋଇବାରେ ଆଜ ଆମେ ।


ତେବେ ଯାଇ ଆମ, ଅମୃତ ଉତ୍ସବ

ପାଳନ ହେବ ସାର୍ଥକ

ଆମ ଦେଶ ପ୍ରିତି,ଆମ ଦେଶଭକ୍ତି

ଦେଖିବେ ଜଗତ ଲୋକ ।


Rate this content
Log in

Similar oriya poem from Inspirational