ହୃଦୟର ପରିଭାଷା
ହୃଦୟର ପରିଭାଷା
କୃଷକ ଶ୍ରମିକ ଯେତେ ମୋ ଦେଶର, ଖଟନ୍ତି
କୋଡି ଓ କୋଦାଳ ସାହାଯ୍ୟ ନେଇ
ଦିନରାତି ହାଡଭଂଗା ପରିଶ୍ରମ କରି ମଧ୍ୟ କାଟନ୍ତି
ଜୀବନ ଉପାସିଆ ହୋଇ ।
ଛୁଆ ଦିନେ, ତାଂକ ଆଖିରୁ ଝରୁଥିବା ଅଶ୍ରୁରେ ମୋ
ଅଶ୍ରୁ ସେଦିନ ମିଶି ଯାଇଥିଲା
ତାଂକ ଉପରେ ହେଉଥିବା ଅନ୍ୟାୟ ମୋ ହୃଦୟରେ
ଅନେକ କ୍ଷତ ସୃଷ୍ଟି କରିଥିଲା ।
ମନକୁ ମନ ଅନେକ ପ୍ରଶ୍ନ କରିଥିଲି ସେ ତ କର୍ମ
କରି ଚାଲିଛନ୍ତି ଅବିରାମ ଭାବରେ
ତେବେବି ସମାନଂକୁ ଭୋକର ଯନ୍ତ୍ରଣା ତାଂକୁ ମିଳୁଛି
କାହିଁକି ଏ ସମାଜ ଭିତରେ ।
ମୁହଁରେ ମୋର ଝରି ଯାଇଥିଲା ଭାବନା ମିଶା
ସ୍ନେହର ଶବ୍ଦ ଜୀଞାସାର
ବଡ ହେଲି, କାର୍ଲ ମାର୍କ୍ସଂକ ଅର୍ଥନୀତି ବହି ଦାସ୍
କ୍ୟାପିଟାଲ ଭିତରେ ତାର ଉତ୍ତର ।
ହେଲି ଏ ସମାଜରେ ଓକିଲ, ଭାବିଲି ଦେଇ
ପାରିବି ସାହାଯ୍ୟ ଆଇନର ଗଡା ଭିତରେ
ବିଫଳ ହୋଇଛି, ଏକାନ୍ତେ ହସୁଥିବା ଏ ଜୀବନଟା,
ଚିତ୍କାର କରି କହେ ଆବିଳତା ଶୂନ୍ୟ ମନରେ ।
