STORYMIRROR

Yudhisthira Lenka

Abstract

3  

Yudhisthira Lenka

Abstract

ହୃଦୟାଞ୍ଜଳି

ହୃଦୟାଞ୍ଜଳି

1 min
399

ଜାଣିଲି ମୁଁ ଯେବେ ବିଶ୍ୱାସେ ତୁମକୁ ମିଳେ

ସବୁ ଅହମିକା ମିଶାଇ ନୟନ ଜଳେ

ଜାଗିଲା ଆଶା ଏ ମନେ

ଡାକିଲି ବିକଳେ ଦିବାନିଶି ପ୍ରତିଦିନେ ।।୧।।


ହୃଦୟତନ୍ତ୍ରୀର ବେଦନା ନପାରି ସହି

ପ୍ରାଣର ଠାକୁର ଆସିଥିଲ ଦିନେ ଧାଇଁ

ଗାଇବାକୁ ତୁମ ଗାନ

ହଜିଗଲି କାହିଁ ସେ ରୂପରେ ରଖି ଧ୍ୟାନ ।।୨।।


ନିର୍ବାକ ହୋଇଲି ନିଷ୍ପନ୍ଦ ହେଲା ହୃଦୟ

ଅଚଳ ହେଲା ଦର୍ଶନେନ୍ଦ୍ରିୟ ଶ୍ରୋତେନ୍ଦ୍ରିୟ

ଅଭୟ ପାଦ ଧ୍ୱନିରେ

ବିମୋହିତ ହେଲି ନାନା ଭୟ ଆଶଙ୍କାରେ ।।୩।।


ପୁନର୍ବାର ଆଉ ଆସନାହିଁ ପ୍ରିୟତମ

ଅଧୀର ହୁଅଇ ବାରମ୍ବାର ପ୍ରାଣମମ

ତୁମରି ମହକ ମାଖି

କରୁଥିବି କର୍ମ ରହି ମୁଁ ନୀରବେ ସାକ୍ଷୀ ।।୪।।


ଗାଉଥିବି ନାମ ବାରମ୍ବାର ଜନ୍ମାନ୍ତରେ

ଦୟାକର ପ୍ରଭୁ ତୁମ କରୁଣା ବାରିରେ

ଆଶା ହୋଇନାହିଁ ପୂର୍ଣ୍ଣ

ଶୁଣିବାକୁ ସେହି ବୀଣାସ୍ୱନ ପ୍ରତିଦିନ ।।୫।।


ଭକ୍ତର କ୍ରନ୍ଦନ ତୁମେ ସହିପାର ନାହିଁ

ପାଶେ ଥାଅ ବୋଲି ବ୍ୟଥାଭରା ଦେଖାଦେଇ

ହୃଦୟଟା ନେଇଯାଇ

ଅପୂର୍ବ ପୁଲକେ ମନ ସଦା ଝୁରୁଥାଇ ।।୬।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract