STORYMIRROR

Maitreyee Kamila

Abstract

2  

Maitreyee Kamila

Abstract

ହୃଦୟ

ହୃଦୟ

1 min
149

ଆକାର ରେ ଛୋଟ ହେଲେ ବିଶାଳ ଅସ୍ତିତ୍ବ

ହୃଦୟକୁ କେହି କେବେ ଦେଖି ନାହିଁ, ହେଲେ ସବୁ ବେଳେ ଅଙ୍କ କଷା ହୁଏ ତାକୁ ନେଇ

ଭାବ ରେ ଭାଷାରେ କର୍ମରେ କୁଆଡେ ତାର ସ୍ୱରୂପ କୁ ମୂଲ୍ୟାଙ୍କନ କରାଯାଏ।

ହଁ ପୁଣି ସେଇଠି ସାଇତା ହୋଇ ରହିଛି ମାଳ ମାଳ ସ୍ମୃତି


ସାହିତ୍ୟିକ ପାଇଁ ସେ କେବେନଈ ପରି

କେବେ ପୃଥିବୀ ପରି

ପୁଣି କେବେ ଆକାଶ ପରି

ଆଉ କେବେ ସମୁଦ୍ର ପରି


କଳାକାର ପାଇଁ ହୃଦୟ ଚନ୍ଦ୍ରମା ପରି ଶୀତଳ

ପୁଣି ସୂର୍ଯ୍ୟ ସମ ତେଜ


ବୈଜ୍ଞାନିକ ପାଇଁ ହୃଦୟ ଟା ସଜୀବ ପ୍ରାଣ ରେ ଦୁକଦୁକ କରୁଥିବା ଅଙ୍ଗ


ଆଉ ମୋ ପାଇଁ

ହୃଦୟ ରାଗରୁଷ ମାନଭିମାନ,ହସ କାନ୍ଦ ଭରା ମାଟି ଗରା ଟେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract