STORYMIRROR

Prabhanjana Tripathy

Abstract

3  

Prabhanjana Tripathy

Abstract

ହୃଦୟ

ହୃଦୟ

1 min
402

ସଭିଙ୍କ ହୃଦୟେ ଲୁଚି ରହିଛ ଯେ,

ପିଞ୍ଜୁରୀ ଭିତର ସାରି ଟି ତୁମେ,

ଅସ୍ତି ପିଞ୍ଜୁରୀରେ ଧକ ଧକ ଶବ୍ଦ,

ବାଜୁନାହିଁକି ଯେ,

ତୁମରି କାନେ,


ବାଛି ବାଛି ନେଇ ସୁପ୍ତ ପ୍ରାଣକୁ,

ଗୁପ୍ତେ ରହିଛ ସାଇତା ହୋଇ,,

କିଆଁ ପୁଣି କୁହ ବାଲି ଧୂଳି ବୋଲି,

ଘୋଡିହୋଇଜାଅ ଦୁଖଃ ବୋହି,


ଭାବକୁ ପରଖି ,ଭାବନାରେ ରଖି ,

ଭବ୍ୟ ପିଞ୍ଜୁରୀରୁ ବାହାରି ଦେଖ,,

ଲହୁ ଲୁହାଣ ଭିଜା ରକ୍ତ ଦେହେ,

ବାହାରିବ ଯେବେ ହୋଇବ ମୁକ,


ପ୍ରିତୀ ପିଞ୍ଜୁରୀ ରେ , ଅଲୋଡ଼ା ସହରେ,

ଅବାଞ୍ଛିତ ଆଶା ,କରିଲ ଘର,,

କେହି ନାହିଁ ବୋଲି, ନିର୍ଦୟ ହେଉଛ,

କିଆଁ କରୁଅଛ ଏବେ ଯେ ପର,


ଏହି ସହରରେ ନ ଥିଲା କେହି ଯେ,

ବାଣ୍ଟିବ ସ୍ନେହ ପୀରତି ବୋଳି,,

ତୁମ ସ୍ଥିତି ପାଇ, ବିଭୋର ହୃଦୟ,

ଜାଣେ ନାହିଁ ବେଳ ଯାଏ ଯେ ଢ଼ଳି,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract