STORYMIRROR

Manaswinee Dash

Fantasy

3  

Manaswinee Dash

Fantasy

ହୃଦୟ ସଂଗୀତ

ହୃଦୟ ସଂଗୀତ

1 min
212


ହୃଦୟେ କେତେଯେ ଭାବନା

ନିତି ହୋଇଥାଏ ଜାତ, 

ଅତୀତ, ବର୍ତ୍ତମାନ ଓ ଭବିଷ୍ଯତ

ସେ ଯାହା ହଉ ବି କାଳ୍ପନିକ, 

କେତେ ଭାବନା ହୃଦୟରେ 

ମାରି ଯାଇଥାଏ କାତ, 

ହ୍ରୁଦୟ ସଂଗୀତ ବହିଯାଏ 

ହୋଇ ଚିରସ୍ରୋତା ନଦୀର ବାକ୍ଯ। 


ହୃଦୟ ବେହେଲା ବାଜିଉଠେ

ନେଇ ଶାନ୍ତ ସରଳ ଶବ୍ଦ, 

ଉଲ୍ଲସିତ ମନ କେବେ

ଐଦନାଚି ଉଠେ ଢୋଲ,

ମ୍ରୁଦନ୍ଗର ତାଳେ ତାଳେ, 

ମାନସିକ ମନ, ହୃଦୟ ବଚନ

ବାଦ୍ୟ ଚୟନ କରେ, 

ସବୁ ଶବ୍ଦ ସଂଯୋଜନା କରି

ହୃଦୟ କବିତା ପ୍ରୀତି ଢାଳେ। 


ମନରେ ଥାଏ ଯେବେ

 କବିତ୍ବର ପ୍ରତିଛବି, 

ପ୍ରତିଟି ମୁହୁର୍ତ୍ତକୁ ହୃଦୟ

ବାନ୍ଧି ଥାଏ ସଂଗୀତର ପରଶ ଦେଇ, 

ସଂଗୀତ ପରଶ ଆଦରି

ମନ ଅହରହ ଚାଲେ ଗୀତ ଗାଇ

ସଂଗୀତର ତାନ ଯେ

ହୃଦେ ବସେ ଧନ୍ଯ ସେ ଜୀବନ ହୁଅଇ। 





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy