ହୃଦେ ଗୁଞ୍ଜୁଛି ଏ କେଉଁ ରାବ
ହୃଦେ ଗୁଞ୍ଜୁଛି ଏ କେଉଁ ରାବ
କାହିଁ କି ହୃଦୟ କମ୍ପିତ,
ମନ ଟା ଅଥୟ ବହୁତ !
ପରି ଯେ ରାବ ଠାକୁରଙ୍କ,
ଆନନ୍ଦ ସଞ୍ଚାର ସର୍ବାଙ୍ଗ !
କଲେ କି ଠାକୁର ଏ ଦୟା
ଅବାକି ତାଙ୍କର ଏ ମାୟା !
କିବା ଏ ସଂକଟ ସୂଚନା,
ଆସୁଛି ନାନାଦି ଭାବନା !
ଯାହା ବି ପ୍ରଭୁ ତୋ ସଂକେତ,
ଭଲ କରିବୁ ଜଗନ୍ନାଥ !
ତୋ ବିନୁ ନାହିଁ ମୋର ଗତି,
ବ୍ରହ୍ମାଣ୍ଡେ ପରା ତୁହି ଜ୍ୟୋତି !
କରିବ ଗୃହର ମଙ୍ଗଳ,
ତହିଁ ଦିଅହେ ଶୁଭ ଫଳ !
ଶୁଣ ତୁ ଅନାଦି ଈଶ୍ଵର,
ତୁହି ହେ ପ୍ରଭୁ ନିରାକାର !
ପ୍ରଭୁ ହେ ଦିଅ ତୁ ଦର୍ଶନ
ରହୁ ମୋ ଭକ୍ତି ତୋ ଚରଣ !
