STORYMIRROR

Sangita Mishra Satapathy

Classics

4  

Sangita Mishra Satapathy

Classics

ହୃଦ ପ୍ରତି ମାନବର

ହୃଦ ପ୍ରତି ମାନବର

1 min
320


      ତୁମେ ଅନାଦି, ଅନନ୍ତ 

      ଅକ୍ଷୟ ପୁଣି ଅବ୍ଯକ୍ତ

      ଅବିନାଶୀ ଅପ୍ରକାଶ

      ଲୀଳା ତବ ଅଲୌକିକ।॥୧

      ପୁରୁଣା ଦେହ କୁ ଛାଡ

      ନିଜ ରୂପ ନିଜେ ଗଢ

      ଦେଖି ନବକଳେବର

      ଆନନ୍ଦ ହୁଏ ସଂସାର ॥୨॥

      ମର୍ତ୍ତ୍ଯ ମଣ୍ଡଳେ ଦେହ ବହି

      ଦେବତା ହୋଇ ବି ମରଇ

      ଏଇ ବାର୍ତ୍ତା ଯାଅ ଦେଇ

      ତୁମେ ପରା ଭାବଗ୍ରାହୀ ୩॥

      ଦାରୁ ବୃକ୍ଷେ ଭଗବାନ

      ହୁଅ ପ୍ରଭୁ ବିଦ୍ଯମାନ

      ସବୁ ଘଟେ ନାରାୟଣ

    ନର ଲୋକେ ଦିଅଜ୍ଞାନ।୪॥

    ଜଳ ସ୍ଥଳ ଆକାଶ ରେ

    ଜୀବ ଅବା ଜଡ ଠାରେ

     ସବୁଠାରେ ଦୀପ୍ତମାନ

     ପ୍ରଭୁସତ୍ତା ଯେ ଗୋପନ॥୫॥

    ଦିଅ ହେ ଆଶିଷ ଦିଅ

    ବିଶ୍ୱ ହେଉ ମଧୁମୟ

    ହୃଦ ପ୍ରତି ମାନବର  

    ହେଉ ନବକଳେବର ॥୬॥

ସ୍ନେହ, ପ୍ରେମ, ଶାନ୍ତି, ମୁକ୍ତି 

ଚତୁଃବର୍ଗ ଫଳ ପ୍ରାପ୍ତି 

ଜୀବନର ଲକ୍ଷ୍ୟ ହେଉ

ବିଭୂ ପଦେ ଲୟ ରହୁ।୭॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics