STORYMIRROR

Srinibas Mahalik

Inspirational

5.0  

Srinibas Mahalik

Inspirational

ହୋଟେଲ ଖାଦ୍ୟ

ହୋଟେଲ ଖାଦ୍ୟ

1 min
340



ବଜାରରେ ଯେଉଁ ପରିବାଗୁଡିକୁ

କିଣନ୍ତିନି ଜମା କେହି

ସେହି ପରିବାକୁ ହୋଟେଲବାଲାଏ

ଆଣନ୍ତି ଖୁସିରେ ବୋହି ।।

ପୋକଡା ଶୁକୁଟା ବାସି ପରିବାକୁ

ପାଇକି ବହୁତ ଶସ୍ତା

ସବା ଶେଷେ ଯାଇ ଆଣନ୍ତି ସେମାନେ

ଧରିକି ସିମେଣ୍ଟ ବସ୍ତା ।।

ପରିବା ସେମାନେ ଧୁଅନ୍ତି କି ନାହିଁ

ସେକଥା ପ୍ରଭୁଙ୍କୁ ଜଣା

କାଟକୁଟି କରି ରୋଷେଇ କରନ୍ତି

ନଦେଖି ପୋକଡା କଣା ।।

ଯଦିଓ ସମସ୍ତେ ଏଭଳି ନୁହଁନ୍ତି

କିଛିଟା ଅଛନ୍ତି ସତ

ଯିଏକି ଏଭଳି ଖାଇବା ଦ୍ରବ୍ୟରେ

କରନ୍ତି କାମ କୁତ୍ସିତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational