STORYMIRROR

PRABHAS KUMAR MOHAPATRA

Abstract

3  

PRABHAS KUMAR MOHAPATRA

Abstract

ହୋଲି

ହୋଲି

1 min
280

ହୋଲି ହୋଲି ହୋଲି

ସଭିଙ୍କୁ କରେ ସେ ରଙ୍ଗେଲି


ହୋଲି ନୁହେଁ ସେ ଖାଲି ରଙ୍ଗ

ଯୋଡ଼ି ଦିଏ ସେତ ହୃଦୟ


ରଙ୍ଗ ନୁହେଁ ଖାଲି ଫଗୁ ଅବିର

ରାଗରୁଷ ତା ପାଇଁ ହୋଇଯାଏ ଦୂର


ରଙ୍ଗ ନୁହେଁ ଖାଲି ସେ ନାଲି ଗୋଲାପି

ତାକୁ ସଭିଏଁ ସଭିଙ୍କୁ ବୋଲି ଦିଅନ୍ତି


ବୋଲି ଦିଏ ଭକ୍ତ ପ୍ରଭୁ ଙ୍କ ଶ୍ରୀ ଚରଣରେ

ପ୍ରେମିକ ଦିଏ ପ୍ରେମିକା ର ଗାଲରେ


ପ୍ରେମ ର ରଙ୍ଗ କେବେ ଛାଡେନି

ମନ ରୁ ତାକୁ ଧୋଇ ହୁଏନି


ପ୍ରେମ ବିନା ସବୁ ଲାଗେ ଏକା

ରଙ୍ଗ ବିନା ଲାଗେ ସବୁ ଫିକା ଫିକା


କିଏ ଧରେ ରଙ୍ଗ ପିଚକାରୀ

କିଏ କାହାକୁ ଦିଅନ୍ତି ରଙ୍ଗ ବୋଲି


ଆସେ ବର୍ଷ ରେ ସେ ଗୋଟିଏ ଦିନ

ଦେଇ ଯାଏ ସେ ନୂଆ ଜୀବନ


ତାକୁ ପାଇ ସଭିଏଁ ହୁଅନ୍ତି ଖୁସି

ସେ ରଙ୍ଗର ପର୍ବ ହୋଲି ହୋଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract