Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Omm Prasad Pradhan

Abstract

4.0  

Omm Prasad Pradhan

Abstract

ହୋଲି

ହୋଲି

1 min
2.9K


 ଆସିଛି ହୋଲି ଅନେକ ରଙ୍ଗ ନେଇ 

ଭାଇଚାରା ଓ ବନ୍ଧୁତ୍ୱ କୁ ପାଥେୟ କରି 

ଫଗୁଣ ର ରଙ୍ଗ ଆଣିଛି କିଛି ବାର୍ତା

କିଛି ହଜିଯାଉଥିବା ସମ୍ପର୍କ ପାଇଁ 

ଫିକା ମୁହଁ ଆଜି ରଙ୍ଗୀନ୍ ହେଇଯିବେ 

କିନ୍ତୁ କିଛି ମୁହଁ ଆଜି ବି ଫିକା ଫିକା 

କିଏ ନ୍ୟାୟ ର ଅପେକ୍ଷା ରେ 

ଆଉ କିଏ ଅନ୍ୟାୟ କଷଣ ରେ 


ତଥାବି ଆମେ ସମସ୍ତେ ରଙ୍ଗୀନ୍ 

ମିଛ ମାୟା ଏହି ସଂସାର ରଙ୍ଗରେ 

କେବେ କ୍ରୋଧ ର ନାଲି ରଙ୍ଗ ବୋଳି 

ତ କେବେ ପ୍ରେମର ପିତ୍ତ ରଙ୍ଗରେ 

ସମସ୍ତେ ରଙ୍ଗମୟ ଜୀବନ ରଙ୍ଗରେ 

ଜୀବନ ର କେତେ ରଙ୍ଗ ହେଲେ ,

ହେଲେ ସବୁଠୁ ସୁନ୍ଦର ଆମ ବାପା ମାଆ

ଆଉ ଏଇ ଜୀବନ ର ତରଙ୍ଗ 


ଜୀବନରେ ଅନେକ ରଙ୍ଗ ଆସେ 

ପ୍ରେମର ରଙ୍ଗ ଭାବନା ର ରଙ୍ଗ 

ଅଭିନୟ ଆଉ ଭାବ ର ରଙ୍ଗ 

ହେଲେ ଆମେ କଣ ସତରେ ରଙ୍ଗୀନ୍ ?

ନା ଅଭିନୟ ହିଁ ଆମର ଶେଷ ରଙ୍ଗ !

ସବୁ ରଙ୍ଗ ଛାଡିଯାଏ ବର୍ଷାର ଧାରାରେ 

ପବନର ବେଗରେ ଆଉ ପାଣି ର ଛିଟାରେ

ଆଉ ପୁଣିଥରେ ମଣିଷ ହୁଏ ରଙ୍ଗହୀନ 

କିଛି ଶେଷ ରଙ୍ଗ ର ଆଶା ରେ

ରଙ୍ଗମଞ୍ଚ ର ସ୍ତିମିତ ଆଲୁଅ ରେ 


Rate this content
Log in

Similar oriya poem from Abstract