STORYMIRROR

ବି. ନିରୁପମା

Romance

3  

ବି. ନିରୁପମା

Romance

ହୋଇଯିବା ଏକାକାର

ହୋଇଯିବା ଏକାକାର

1 min
399


ଏ ବୃନ୍ଦାବନର ଶୋଭା ଦେଖି ନାଥ

ପୁଲକିତ ହୁଏ ମନ ,

ଚାଲ ଏଠି ଆମ୍ଭେ ନୃତ୍ୟ ଆରମ୍ଭିବା

ରଚିବା ଗୋଲୋକ ଧାମ ।


ତୁମ ମୋ ଭିତରେ ହେଉଥାଏ ଯହିଁ 

ନିତ୍ୟ ରାସ ଆହେ ଦେବ ,

ମରତରେ ତାହା ପୁନଶ୍ଚ ଘଟିଲେ

ଜୀବଙ୍କ କଲ୍ୟାଣ ହେବ ।


ବଂଶୀ ଧ୍ୱନି ତାଳେ ମଜ୍ଜିଯିବ ସାରା

ବୃନ୍ଦାବନ ଆମ ସଙ୍ଗେ ,

ତରୁ ଲତା ଆଉ ଜୀଵ ଜନ୍ତୁ ସବୁ

ଆନନ୍ଦେ ବିଭୋର ହେବେ ।


ତୁମ ମୋ ଭିତରେ ଭେଦ ରହିବନି

ହୋଇଯିବା ଏକାକାର ,

ସାରା ବୃନ୍ଦାବନ ପରିଦୃଶ୍ୟ ହେବ

ଭିନ୍ନ ଏକ ବୈକୁଣ୍ଠର ।



Rate this content
Log in

Similar oriya poem from Romance