STORYMIRROR

Sunanda Mohanty

Classics Inspirational Thriller

3  

Sunanda Mohanty

Classics Inspirational Thriller

ହନୁମାନ ଜୟନ୍ତୀ

ହନୁମାନ ଜୟନ୍ତୀ

1 min
116

ହନୁମାନ ଜୟନ୍ତୀ ଆଜି ପଣା ସଂକ୍ରାନ୍ତି

ବୀରହନୁମାନ ପବନସୁତଙ୍କ କରି ଆଳତୀ

ଭକ୍ତିରେ ଭକ୍ତ ର ରହୁ ମତି ସୁମତି 

ଛାତି ଚିରିଦେଲେ ପ୍ରଭୁ ରାମଚନ୍ଦ୍ର l

ଆଦେଶ ମାତ୍ରେ ବାନ୍ଧିଲେ ଲଙ୍କାକୁ ବନ୍ଧ

ଜାଳିଦେଲେ ଅଶୋକ ବନ ନମାନି ଇନ୍ଦ୍ରଚନ୍ଦ୍ର

ଭକ୍ତ ଭାବରେ ଭକ୍ତି ଅର୍ଘ୍ୟରେ ଅଞ୍ଜନା ସୁତ ହନୁମାନ l

ପ୍ରଭୁଙ୍କ ସେବା ଆଧାରରେ ମନ ମୁନ ଚୈତନ୍ୟ

ସେବାକାରୀ ଭକ୍ତ ପ୍ରଭୁଙ୍କ ପାଇଁ ଶୀତଳ ଚନ୍ଦନ

ବାଳିଙ୍କୁ ପରାସ୍ତ ସୁଗ୍ରୀବ ମିତ୍ର କରି ସମ୍ମୋହନ

ପାଶେ ପାଶେ ଥାଇ କୌସ୍ତୁଭ ମଣିକାଞ୍ଚନ l

ଭକ୍ତ ପଣେ ଟେକି ଆଣି ଗିରି ଗୋବର୍ଦ୍ଧନ

ରାବଣ ବୀର ହରାଇ ସୀତାମାତାଙ୍କୁ ଆଣିଲେ ସୁଦର୍ଶନ

ଲୋଭ ମୋହ ମାୟା ଉର୍ଦ୍ଧରେ ଭକ୍ତ ଗାଏ ରାମ ନାମ

ମହା ପ୍ରତାପୀ ଯୋଦ୍ଧା ସାହସି ଶକ୍ତି ସ୍ପୁର୍ତ୍ତିମାନ l

ସଦାଚାର କୌସ୍ତୁଭ କସ୍ତୁରୀ ଜୀବନ ରନ୍ଦ୍ର

ତାଙ୍କ ଧ୍ୟାନ କଲେ ମଙ୍ଗଳ ହୁଏ ସଚ୍ଚିଦାନନ୍ଦ

ମଙ୍ଗଳମୁରତୀ କରୁଛି ଆଳତୀ ଘେନ ପ୍ରଣତି l

ଭକ୍ତ ହେ କରେ ଅପରାହ୍ନେ ସାୟାହ୍ନେ ଅଭିନନ୍ଦନ

ବିଶ୍ୱକଲ୍ୟାଣ କାରୀ ରାମଚନ୍ଦ୍ରଙ୍କ ସଙ୍ଗେ ମିତ୍ରତା ସ୍ଥାପନ

ପ୍ରଭୁ ପଣେ ଆନେ କେହି ନୁହେଁ ସରି ଏହି ଦିବ୍ୟଜ୍ଞାନ

ଭକ୍ତ ପଣେ ଗୁଣ୍ଡୁଚି ପରି ମିଳାଇ କାନ୍ଧରେ କାନ୍ଧ l

ପକ୍ଷୀ ପରି ଭକ୍ତ ପଣେ ସ୍କନ୍ଧ

ବାନ୍ଧି ବନ୍ଧ ବୁହାଇ ସ୍ବେଦ ଭକ୍ତ ରୂପେ କିଏ ସମାସ୍କନ୍ଦ

ଆଜି ଏ ଦିନ ଓଡ଼ିଆ ନବବର୍ଷ ଆମ ସଂସ୍କୃତି

ଜୟ ବଜରଙ୍ଗଵାଲୀ ପ୍ରଭୁ କରୁ ଭକ୍ତି ପ୍ରଣତି l


Rate this content
Log in

Similar oriya poem from Classics