ହଂସଟି କାହାର
ହଂସଟି କାହାର
କପିଳବାସ୍ତୁର କାନନେ ବିହରି
ଦେବଦତ୍ତ ଏକ ଦିନେ
ଖସାଇଲେ ତଳେ ହଂସଟିଏ ମାରି
ଅଭ୍ରାନ୍ତ ତୀର ସନ୍ଧାନେ l
ବ୍ୟୋମଚାରୀ ସେହି ହଂସଟି ଆନନ୍ଦେ
ବ୍ୟୋମେ ଯାଉଥିଲା ଉଡ଼ି
ବିକଳେ କାନ୍ଦଇ ରକ୍ଷା କର ବୋଲି
ତୀର ବିଦ୍ଧ ହୋଇ ପଡ଼ି l
ବନସ୍ତର ଶୋଭା ବୁଲି ଦେଖୁଥିଲେ
ସିଦ୍ଧାର୍ଥ କରୁଣା ମୟ
ବିକଳ ଚିତ୍କାର ଶୁଣି ପକ୍ଷୀଟିର ମନ
ହୋଇଲା ଅଥୟ l
ଦୋଉଡ଼ି ଦେଖନ୍ତି ତୀରବିଦ୍ଧ ହଂସ
ପଡ଼ି ହୁଏ ଛଟ ପଟ
ତୀରଟିକୁ କାଢ଼ି ଶୁଶ୍ରୁଷା କଲାରୁ ହଂସ
ହେଲା ଟିକେ ସୁସ୍ଥ l
ଏକାଳେ ପହଞ୍ଚି ଦେବଦତ୍ତ ତହୁଁ କଲେ
ବହୁତ କଟାଳ
ଦିଅ ଭାଇ ହଂସ ଏହା ଅଟେ ମୋର
ଏତ ମୋ ଶିକାର ଫଳ l
ହସି ହସି ତହୁଁ ଗୌତମ ବୋଲନ୍ତି
କିପରି ହଂସ ତୁମ୍ଭର
ପ୍ରାଣ ନେଉଥିଲ ମୁକ୍ତ ବିହଙ୍ଗର ବିଦ୍ଧ
କରି କ୍ରୁର ଶର l
ବିଧାତାଙ୍କ ସୃଷ୍ଟି ନିରୀହ ଜୀବଟି ଏ
ନୁହେଁ କାହାର ଦେଖ
ଛାଡ଼ି ମୁଁ ଦେଉଛି ଉଡ଼ି ଯାଉ ଏହି
ସରଗେ ତାହାର ସୁଖ l
ହଂସ ଗଲା ଉଡ଼ି ଡେଣା ଝାଡ଼ି ଝାଡ଼ି
ଗୋଉତମ ହେଲେ ତୋଷ
ଦେବଦତ୍ତ ଚାହିଁ ରହିଲେ ଅନାଇଁ
ବୁଝି ଦୁଷ୍କର୍ମ ଅବଶ୍ୟ l
ଜୀବେ ଦୟା କର ଧରମ ଆଚର
କାହାଣୀର ଏହି ଶିକ୍ଷା
ନ ସଂହାର ସୃଷ୍ଟି ବହି ଦିବ୍ୟ ଦୃଷ୍ଟି
ବାଳକେ ଲଭ ଏ ଦୀକ୍ଷା l