STORYMIRROR

MADHU MITA

Classics

3  

MADHU MITA

Classics

ହଁ..

ହଁ..

1 min
218

ମୁଁ ବଞ୍ଚିଛି

ଦୁଃଖ ସମୁଦ୍ରରେ ଭାସି

ସୁଖର କୁଳ ଲଙ୍ଘିବାକୁ

କିମ୍ବା କୁହ

ନିଆଁରେ ପୋଡ଼ି ହୋଇ

ପୁନଃ ଜୀବନ୍ତ ହେବାକୁ

ଅଥବା କୁହ

ନିଜଠାରୁ ନିଜକୁ ଦୂରେଇ ନେଇ

ସମସ୍ତଙ୍କ ପାଖରେ ରହି

ପୁଣି ଥରେ ନିଜ ପାଖକୁ ଫେରି ଯିବାକୁ

ନା

ସତରେ

ମରିବା ଆଗରୁ

ବିକଳ ହୋଇ

କେବଳ ଥରେ

ଥରେ ମାତ୍ର

ନିଃଶ୍ୱାସ ନେବାକୁ

ବଞ୍ଚି ଯିବାକୁ

ହଁ..ବଞ୍ଚିଛି

କାରଣ

ବଞ୍ଚିବାକୁ ପଡୁଛି

ବାରମ୍ବାର ମରି

ବାରମ୍ବାର ହାରି

ବାରମ୍ବାର

ବଞ୍ଚିବାକୁ ହିଁ ହେଉଛି

କାରଣ ମୃତ୍ୟୁ

ଆହୁରି ମୋତେ ନିଜର କରିନି

କେଜାଣି

ଆହୁରି କେତେ ନିଃଶ୍ୱାସ ବାକି

ସେହି ଶେଷ ଶାନ୍ତିର ନିଃଶ୍ୱାସ ନେବାକୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics