STORYMIRROR

SushreeBaisakhi Sahoo

Inspirational

3  

SushreeBaisakhi Sahoo

Inspirational

ହଁ ସିଏ ମୋ ମାଆ

ହଁ ସିଏ ମୋ ମାଆ

1 min
207

ହଁ ସିଏ ମୋ ମାଆ ହଁ ସିଏ ମୋ ମାଆ .......

 ନିଜ ଜୀବନଠୁ ଅଧିକ ଭଲପାଇବା ଦେଇ 

ବଞ୍ଚିବାର ସାହାରା ଦେଇଛି ସିଏ , 

ମୋ ରାଗରୁଷା ମାନ ଅଭିମାନ ସବୁ ହସି ହସି ସହିଯାଏ ସିଏ ,  

ମୋ ପିଲାଳିଆମି ସବୁକୁ ମୁଁ ତା ଆଗରେ ନିର୍ଦ୍ୱନ୍ଦ୍ୱରେ ଅଜାଡ଼ି ଦିଏ 

 ମୋ ଭୁଲରେ ମତେ ଆଖି ଦେଖାଏ 

ପୁଣି ମୋ ମନ ଉଣା ହେଲେ ମତେ ହସେଇଦିଏ , 

ମତେ ହରେଇବାର ଭାବନା ଯାହାକୁ ଡରେଇଦିଏ 

ମୋ ଲୁହର ଶେଷ ଆଉ ଖୁସି ର ଆରମ୍ଭ ଯିଏ , 

ମୋ ଜୀବନ ଅମାଆ ଅନ୍ଧାର ହେଲେ ସିଏ 

ମୋ ପାଇଁ ଜହ୍ନ ରାତିଟିଏ , 

ହଁ ସିଏ ମୋ ମାଆ ...... ଯାହାକୁ ମୁଁ ନିଜଠୁ ଅଧିକ ଭଲପାଏ ....

 ହଁ ସିଏ ......ମୋ ମାଆ ....… ...



Rate this content
Log in

Similar oriya poem from Inspirational