Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

3  

Binodini Dash

Inspirational

ହଁ ନା'ର ଏ ମିଛ ସମ୍ପର୍କ

ହଁ ନା'ର ଏ ମିଛ ସମ୍ପର୍କ

1 min
166


ଅଳିକ ସଂସାର ସପନ ମଧୁର

ତର୍କ ବିତର୍କରେ ତୋଳନ୍ତି ଘର

କେତେ ସଫଳତା କେତେ ବିଫଳତା

ବୁଝି ପାରିଥାଏ ପ୍ରତି ଅନ୍ତର

ସପନଟା ସବୁବେଳେ କ୍ଷଣିକ

ସୁଖଦୁଃଖ ଦୁଇ ଜୀବନେ ଭରଇ

ହଁ ନାର ଏ ମିଛ ସମ୍ପର୍କ ।


ତଥାପି ମଣିଷ ସମ୍ପର୍କେ ବିବଶ

ହୋଇ ବି ଚଳଇ ଜୀବନଯାକ

ଚେତନ ଭାବରେ ଜନମ ମହୀରେ

ସମ୍ପର୍କ ତା' ପାଇଁ ଅତ୍ୟାବଶ୍ୟକ

ଏଥିରୁ କେହି ବି ନୁହେଁ ଅଲଗା 

ସଭିଏଁ ନିଜର ବିଚାରବୋଧରେ

ଆନ ହୃଦୟରେ ତିଆରି ଜାଗା ।


ସଂସାରଟା ମିଛ ସମ୍ପର୍କ ବି ମିଛ

ସତ ହିଁ କେବଳ ସୁକର୍ମମାନ

ଆନ୍ଦୋଳିତ ମନ ହୋଇ ସାବଧାନ

ସରବଦା ହୁଅଇ ଧାବମାନ

ତା' ଭିତରୁ ଖୁସି ଫୁଲକୁ ତୋଳି

ଜୀବନ ଜୀବିକା ସାଥିରେ ଜୀଅଁଇ

ତଥାପି ସମ୍ପର୍କ ଚନ୍ଦନ ବୋଳି ।



Rate this content
Log in

Similar oriya poem from Inspirational