STORYMIRROR

Bikesh Sahu

Tragedy

2  

Bikesh Sahu

Tragedy

ହଁ ମୁଁ ବଞ୍ଚିଛି

ହଁ ମୁଁ ବଞ୍ଚିଛି

1 min
13.5K


ହଁ ମୁଁ ବଞ୍ଚିଛି

ହୃଦୟର କେତେ ଗୁଡିଏ

ମରିଯାଇଥିବା ଆଶାକୁ ନେଇ

ଅସ୍ତଗାମୀ ରବିର ପୁନଃ ଉଦୟର

ଛୋଟ ଏକ ଆଶାକୁ ସାହାରା କରି

ଲିଭି ସାରିଥିବା ଦୀପ ଶିଖାର

ପୁନଃ ପ୍ରଜ୍ଜ୍ୱଳନର ଆସ୍ଥା ରଖି ।

ଦୁଇ ଆଖିରୁ ଝରି ଯାଉଥିବା

ଅଦିନିଆ ଶ୍ରବଣର ପ୍ରତି ଟୋପା

ଅଶ୍ରୁକୁ ପିଇଯାଇ

ଅତୀତର କୋଉ ଅନ୍ଧାରି ଇଲାକାରେ

ହଜି ଯାଇଥିବା ସେଇ ଅତୀତର

ଅନୁସନ୍ଧାନ ପଥର ପଥିକ ସାଜି

ସେଇ ଅନ୍ଧକାର ରାତିର

ପ୍ରତିଟି ସ୍ୱପ୍ନ କୁ ହୃଦୟରେ ଚାପି

ହଁ ମୁଁ ବଞ୍ଚିଛି

ତୁମ ପ୍ରେମ ମରୁବାଲିର

ଧାରାବାହିକ ପଥିକ ସାଜି

ମୁନ୍ଦାଏ ଜଳ ଅନ୍ୱେଷଣରେ

ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଭୁଲି

ହେଲେ ତୁମେ କେଉଁଠି

ସ୍ୱର୍ଗରେ ନା ମର୍ତ୍ତ୍ୟରେ

ଜହ୍ନରେ ନା ତାରାରେ

ମୋ ହୃଦୟରେ ନା ଆଉ କାହା ହୃଦୟରେ

କେଉଁଠି ଯେ ତୁମେ ଆଜି ବନ୍ଦୀ

କହିବ କି ମୋତେ ଥରେ

ମୁଁ ତ ବଞ୍ଚିଛି

ତୁମରି ଅପେକ୍ଷାରେ

ହଁ ମୁଁ ବଞ୍ଚିଛି

ହଁ ମୁ ବଞ୍ଚିଛି

ତୁମରି ଅପେକ୍ଷାରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy