STORYMIRROR

Dharitri Mallick

Inspirational

5.0  

Dharitri Mallick

Inspirational

ହଁ ମୁଁ ବିଦ୍ରୋହୀ ବିପ୍ଲବୀ ଲେଖିକା

ହଁ ମୁଁ ବିଦ୍ରୋହୀ ବିପ୍ଲବୀ ଲେଖିକା

3 mins
13.4K


(୧)

ହଁ ! ହଁ ! ମୁଁ ବିଦ୍ରୋହୀ ଆଉ ବିପ୍ଲବୀ

ମନ ମୋର କରେ ପ୍ରଚଣ୍ଡ ବିଦ୍ରୋହ

ଦେଖିଲେ ଦୁର୍ନୀତି, ଅନୀତି, ଅଧର୍ମ ଓ ଅନ୍ୟାୟ

ମନ କହେ ଦେଶ ସମାଜେ ଆଣିବାକୁ ବିପ୍ଳବ

(୨)

ହେଲେ ମୁଁ ପଡ଼ିଯାଏ ଏକା ଏକା

ଯିଏ ଅବା ଦିଏ ସାହସ ଆଉ ପ୍ରେରଣା

ସିଏ ବି ହୁଏ ମୋ ଭଳି ଭୋଗେ ଦୁର୍ଦଶା

ଲଢ଼ି ଲଢ଼ି ଜୀବନ ହୋଇଛି ଖଣ୍ଡିଆ ଖାବରା

ହେଲେ ଭାଙ୍ଗି ନାହିଁ ମୋର ସାହସ ଭରଷା

(୩)

ଯେତେ ଥର ପଡ଼େ ସେତେ ହୁଏ ମୁଁ ରକ୍ତାକ୍ତ

ପଡ଼ି ଭାଙ୍ଗି ଝୁଣ୍ଟି ଉଠି ପୋଛେ ମୁଁ ଲହୁ ଲୁହ

ପୁଣି ଛିଡ଼ା ହୁଏ ଆଉ ଥରେ ଲଢ଼ିବା ପାଇଁ

ଧୀରେ ଧୀରେ କରି ଛାଡିଲେ ସଭିଏଁ ହାତ

ଯେଉଁ ଜଣେ ଦୁଇ ରହିଲେ ମୋ ସାଥେ

ସେମାନେ ବି ହେଲେ ଲହୁ ଲୁହାଣ

(୪)

କଥା କହନ୍ତି ଅନେକ ବଡ଼ ବଡ଼

ସଭା ମଂଧ୍ୟେ ଦିଅନ୍ତି ବହୁତ ଭାଷଣ

ନିଜ ଭୁଲ ନିଜେ ସୁଧାରି ନପାରି

ଚାଲନ୍ତି ଅନ୍ୟକୁ ପରିବର୍ତ୍ତନ କରି

ଦେଇ ନାନା ଉପଦେଶ ଉପଖ୍ୟାନ

କି ହେବ ସେ ବୃଥା ଫମ୍ପା ମାଠିଆ ସଦୃଶ

ଖାଲି ଯାହା ଶବ୍ଦ କରେ ଢାଉଁ ଢାଉଁ କର୍କଶ

(୫)

କହି କି ପାରିବ ଛାତିରେ ହାତ ଦେଇ ?

ନିଜେ ଆଉ ନିଜ ପରିବାର ସମାଜେ ଘଟି ନାହିଁ

କିଛି କେବେ ଅଧର୍ମ ଅନ୍ୟାୟ ପାପ ଅନୀତି ଦୁର୍ନୀତି ?

ତେବେ କି କରିଛ ସେ ସବୁର ଯଥାର୍ଥ ଉପଚାର ?

ଲଢ଼ିଛ କେବେ ? ଉଠାଇଛ କି ପ୍ରତିବାଦ ର ସ୍ୱର ?

କୁହ ଆଜି କରି ସତ୍ୟ, ମନ ବିବେକ କୁ ଥରେ ପଚାର ?

ମିଛ କୁହନି । ନାହିଁ କେହି ଏଠି ଦେଖିବାକୁ ପ୍ରତ୍ୟେକ୍ଷ ?

ହେଲେ ସବୁ ଦେଖେ ଏଠି ବିବେକରୂପୀ ତୁମ ଈଶ୍ୱର

(୬)

ଘର ପରିବାର ରୁ ଆରମ୍ଭ କରିଛି

ସବୁ ଅନ୍ୟାୟ ବିରୁଧେ ଲଢ଼ିବା ପାଇଁ

ଦୟା କ୍ଷମା ନାହିଁ ମୋ ପାଶେ

ଯେ ହୁଏ ମାତୃଦ୍ରୋହୀ ଆଉ ଦେଶଦ୍ରୋହୀ

ଯା ହୃଦେ ନାହିଁ ସନମାନ ମାଆ ମାତୃଭୂମି ପାଇଁ

ମୋ ଦୃଷ୍ଟିରେ ସେମାନେ ଗଦ୍ଦାର ଦୋଷୀ ଆଉ ପାପୀ

ମୋ ନ୍ୟାୟାଳୟେ ଦିଅନ୍ତିକି ତାଙ୍କୁ କଠୋର ଦଣ୍ଡ ?

(୭)

ଏତେ ସହଜ ନୁହେଁ ଏ ପଥେ ଚାଲିବା

ସତ୍ୟ ଧର୍ମ ନ୍ୟାୟ ଶାଣିତ ଖଣ୍ଡାଧାରେ

ପାଦରୁ ଝରି ଚାଲିଥିବ ରକ୍ତର ସୁଅ

ତଥାପି ନ ପକେଇବ ପାଦ ଏପଟ ସେପଟ

(୮)

ସବୁ କିଛି ହରେଇ ବସିବ ଏହା ସତ୍ୟ

ହେଲେ ନ ହରେଇବ କେବେ ଆତ୍ମ ସନ୍ତୋଷ

ନ ହରେଇବ କେବେ ଆତ୍ମ ସନମାନ ଗୌରବ

ମୁଖରେ ଫୁଟିବ ସଦା ଆଭା ର ଚମକ

ବଢ଼ି ଚାଲିଥିବ ତୁମ ଆତ୍ମବିଶ୍ୱାସ ଆଉ ସାହସ

(୯)

ଧର୍ମ ରକ୍ଷା ପାଇଁ ଯେ ଲଗେଇଵ ଜୀବନ ବାଜୀ

ସେବେ ଅନୁଭୂତି ହେବ ତୁମ ଅଲକ୍ଷ୍ୟରେ

କିଏ ରକ୍ଷା କରି ଚାଲିଛି ତୁମ ସାଥେ ହୋଇ ସାଥୀ ?

ନିଜେ ବୁଝିପାରିବ ଦିନେ ହେବ ଅନୁଭୂତି

ଏ ଅଛିଣ୍ଡା ଅଡୁଆ ସୁତା ଗଣ୍ଠି କଣ ପାଇଁ ?

ଈଶ୍ୱର ଅଛନ୍ତି ରହିଥିବେ ଅନନ୍ତ ଚିରକାଳ ପାଇଁ

ସେ ଯାହା ବି କରନ୍ତି ଆମ ଆତ୍ମକଲ୍ୟାଣ ପାଇଁ

(୧୦)

ଲେଖେନୀ କାହାକୁ ଖୁସି ଅବା ଦୁଃଖ ଦେବା ପାଇଁ

ଅବା କିଛି ପ୍ରଶଂସା ଆନନ୍ଦ ପାଇବା ପାଇଁ

ମୋ ମନର ବିଦ୍ରୋହ ବିପ୍ଳବ ଆଣିବ ଦିନେ

ପରିବର୍ତ୍ତନ ଆଣିବ କରି ସମସ୍ତଙ୍କ ବିବେକ ଜାଗ୍ରତ

ସେଥିପାଇଁ ମୋର ଲେଖା ଏହିପରି

ଡର ଭୟ ନାହିଁ ସତ କହିବାକୁ ଆଜି

ହଁ ! ହଁ ! ମୁଁ ବିପ୍ଲବୀ ବିଦ୍ରୋହୀ ଲେଖିକା !!


( © ଧରିତ୍ରୀ ମଲ୍ଲିକ , ଭୁବନେଶ୍ୱର )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational