STORYMIRROR

Amulya Kumar Nayak

Inspirational

3  

Amulya Kumar Nayak

Inspirational

ହଲି ହଲି ଚାଲେ ବିମାନ

ହଲି ହଲି ଚାଲେ ବିମାନ

1 min
271


ହଲି ହଲି ଚାଲେ ବିମାନ

    ସାଂଗେ ଗଉଡ ପୁଅ

ଝୁଲି ଝୁଲି ଖେଳ ଖେଳନ୍ତି

    ରାଧା ଗୋବିନ୍ଦ ଦ୍ବୟ ।।

ଉଗାଳ ଉଗାଳେ ଗଉଡ

    ଖେଳି ଲଉଡି ଖେଳ

ଆମ୍ବ ବଉଳର ବାସରେ

    ମାନି କରୋନା କାଳ ।।

ସାତ ରଂଗେ ସାତ ଅବିର

    ମୁଣ୍ଡେ ହୁଅନ୍ତି ବୋଳି

କି ସୁନ୍ଦର ଆହା ଦିଶନ୍ତି

    ରାଧା ଗୋବିନ୍ଦ ମେଳି।।

ବସନ୍ତ ମଳୟ ବହଇ

    ଦିଗୁ ଦକ୍ଷିଣା ଦେଇ

କୁହୁ କୁହୁ ତାନ ଶୁଭଇ

    କୁଞ୍ଜେ କୋଇଲି ଗାଇ ।।

ଗୋବିନ୍ଦ ଦର୍ଶନେ ମୁକତି

     ବିଷ୍ଣୁଲୋକ ପ୍ରାପତ୍ତି

ବସନ୍ତେ ଓହ୍ଲାନ୍ତି ବାସନ୍ତି

     ଦୂର୍ଗା ରୂପେ ଦିଶନ୍ତି ।।

ରଥେ ତୁ ବାମନଂ ଦୃଷ୍ଟା

  ଦୋଳେ ଚ ଦୋଳଗୋବିନ୍ଦ

ଚାପେ ଚ ମଧୁସୂଦନଂ

   ହରିବୋଲରେ ସର୍ବାନନ୍ଦ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational