STORYMIRROR

Ram Prasad Bisoi

Fantasy

2  

Ram Prasad Bisoi

Fantasy

ହଲଚଲପବନ

ହଲଚଲପବନ

1 min
13.3K


ହଲଚଲପବନ

ହଲଚଲ ପବନ,

ସକାଳୁ ଶିହିରାଉ ତନୁ ମନ,

କେଉଁଠି ?

ତ ଘର,ଠିକଣା,

ଅଜଣା,

ଯେଉଁ ଆଡେ ନେଉ

ସେଇଆଡ଼େ ବହି

ତୋ ସହ ଚାଲିଛି

ଜାଣେ ନା ତୋ ବିନା

ଦିଗ, ଦିଶା ମୋ କଣ ?

ଲହୁ, ଲୁହାଣ ଯେ

ସ୍ପର୍ଶକାତର

ଆତ୍ମା---------!

ଅମାନିଆ,ଅଝଟିଆ

ତୁ ପବନ

ଘାଇଲା କଲୁ

ଏତେ ମତେ କେମିତି ?କହିବି,

ତତେ ଭଲ ପାଇବା

ଯେ ପାଲଟି ଯାଇଛି

ମୋ ଅଭ୍ୟାସ,

ଆସ୍ଥା ଏତେ, ବିଶ୍ୱାସ ଏତେ,

କେମିତି ଡାକିବି ତତେ

ହରଯାଇ,

ଭିନ୍ନ ଋତୁ ଭିନ୍ନ ସ୍ପର୍ଶ,

ଅକୃଷ୍ଠ କରି ଚାଲିଛୁ

ହୃଦୟ କନ୍ଦର

ବୋଧେ,ସେଥିଲାଗି,

ହଲଚଲ ପବନ

ତତେ ,

ମୁଁ ବେଶ ଭଲ ପାଏ------!!

©®କାଶ୍ୟପ,ରାୟଗଡା


સામગ્રીને રેટ આપો
લોગિન

Similar oriya poem from Fantasy