STORYMIRROR

Binodini Dash

Inspirational

4  

Binodini Dash

Inspirational

ହକି ଆମର ଗୌରବ

ହକି ଆମର ଗୌରବ

1 min
208


ଅଠରଶହ ପଞ୍ଚାବନ ମସିହା-

ଠାରୁ ହକି ଆମ ଗର୍ବ ଗୌରବ

ଜାତୀୟ ମାନ୍ୟତା ପାଇ ଭାରତରେ

ତୋଳି ଦେଇଅଛି ଖ୍ୟାତି-ବିଭବ ।


ହକି ଯାଦୁଗର ଧ୍ୟାନଚାନ୍ଦ ଆମ

ଦର୍ଶକମାନଙ୍କୁ କରି ବିସ୍ମିତ

ରଚିଯାଇଛନ୍ତି ଅମୂଲ୍ୟ କୀରତି

ଜୀଇଁ ରହିଥିବେ ଯୁଗ ପର୍ଯ୍ୟନ୍ତ ।


ଦିଲ୍ଲୀପ ତିର୍କୀ ଲାଜରୁସ ଇଗ୍ନେସ

ତାଙ୍କ ଗୁଣରେ ବି କମ୍ ନୁହନ୍ତି

ହକି ଖେଳ ପାଇଁ ଶ୍ରେଷ୍ଠତ୍ଵ ପ୍ରାପତି

ବଢ଼ାଇ ଦେଇଛି ଆମ ପ୍ରଖ୍ୟାତି ।


ବଙ୍କୁଲୀବାଡି଼ ସମ ହକି ଷ୍ଟିକ୍ ରେ

ପେଣ୍ଡୁ ଗୋଟିଏ ଗଡାଇ ଗଡାଇ

ଏଗାର ଲେଖାଏଁ ଖେଳାଳୀ ଖେଳନ୍ତି

ଦୁଇଗୋଟି ଦଳ ମଧ୍ୟରେ ରହି ।


କିଛି ଦିନ ତଳେ ବାରବାଟୀଠାରେ

ଝଲସି ଉଠିଲା ଓଡ଼ିଶା ଭୂଇଁ

ଏବେ ପ୍ରକମ୍ପିତ ରାଉରକେଲାଟି

ହକି ଖେଳାଳୀଙ୍କୁ କୋଳେଇ ନେଇ ।


ବିଭିନ୍ନ ଦେଶର ଖେଳାଳୀଙ୍କୁ ଧରି

ହସଇ ଓଡ଼ିଶା ହସେ ଭାରତ

ଭାଇଚାରା ସଦ୍ଭାବନା ବୃଦ୍ଧିରେ

ତେଜି ରଖିଥିବ ନିଜ ମହତ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational