STORYMIRROR

Samar Ballav Bhoi

Inspirational

3  

Samar Ballav Bhoi

Inspirational

ହଜିଲା ଶୈଶବ

ହଜିଲା ଶୈଶବ

1 min
238


ଖୋଜୁଛି ମୁଁ ସେହି ପିଲା ଦିନ

ଆମାନିଆ ଓ ଅଝଟପଣିଆର ପ୍ରତି ଚିହ୍ନ

ମା'ର ଆକଟ, ଉଠବସ ସଙ୍ଗେ ଧରା କାନ 

ଭଙ୍ଗା କଣ୍ଢେଇ ସଙ୍ଗେ ବିତେ ଦିନ

ନଡ଼ିଆ ସଢେଇ ତିଆରି ଟେଲିଫୋନ

ସତେକି ଆଉ ମିଳିବ ସେ ବିଗତ ଦିନ।।


ବାଲିଘର ସଙ୍ଗେ ପିଲାଦିନର ଖେଳ

ସାଙ୍ଗସାଥୀଙ୍କ ସହ ଲାଗେ କଳିଗୋଳ

ପୋଖରୀରେ ଘଣ୍ଟା ଘଣ୍ଟା ଗାଧୋଇବା ବେଳ

ଘର ଭିତରୁ ମା'ର ଚିତ୍କାର ଡାକ ଓ ଚହଳ

ସତେକି ମିଳିବ ଆଉ ସେ ଶୈଶବ ବେଳ।।


ପାଠବସ୍ତାନି ସହ ସ୍କୁଲ ଯିବା ସମୟର ବେଳ

ଖାଦ୍ୟ ଖାଇବା ସହ ଦୁଷ୍ଟାମୀ କରିବାର ଖେଳ

ଦୌଡିଦୌଡି ସ୍କୁଲରୁ ସାଙ୍ଗସାଙ୍ଗେ ଫେରିବା ବେଳ 

ସାଇକେଲ ଟାୟାରକୁ ହାତରେ ଗଡାଇବା ଖେଳ

ବାଲିଧୂଳି ଧୂସର ହୋଇ ଘର ଫେରିବାର ବେଳ

ସତେକି ମିଳିବ ଆଉ ସେ ଶୈଶବର ବେଳ।। 


ବର୍ଷା ଦିନ କାଗଜ ଡଙ୍ଗା ଭସାଇବା ର ମଜା

ଖରାଦିନ ପଖାଳ, ପୋଖରୀ ମାଛ ସଙ୍ଗେ ଆଳୁ ଚକୁଡା

ତାଳସଜ ଖଜୁରୀ କୋଳି ଖାଇବାର ମଜା 

ବାଗୁଡ଼ି ଖେଳ ସଙ୍ଗେ ଆଲିଗୁଟି ଖେଳର ଆଡ୍ଡା 

ଚୋର ପୋଲିସ ଖେଳ ଆଉ ଖେଳ ଲୁଚାଛପା

ସତେକି ମିଳିବ ଆଉ ସେ ଶୈଶବର ମଜା।। 


କାଳୀ ଓ ଦୁର୍ଗାପୂଜା ମେଢ଼ ଦେଖିବାକୁ ଜିଦି 

ପର୍ବପର୍ବାଣୀର ପିଠାପଣା ଖାଇବାକୁ ମଜା ଆସଇ

କୁମାର ପୂର୍ଣ୍ଣିମାର ନୁଆଜାମା ସଙ୍ଗେ ଜହ୍ନରାତି

ବାଣଫୁଟା ଆଉ ହୋଲି ରଙ୍ଗର ହୋରି ପିଚକାରୀ

 ସତେକି ଆସିବ ଆଉ ସେ ଶୈଶବ ଫେରି ।। 


ପିଲାଦିନ ଲାଗେ ଭାରି ଖୁସି ଖୁସି

ସେ ସମୟ ହାତରୁ ଯାଇଛି ଖସି

କିନ୍ତୁ ଆଜିର ଶୈଶବ 

ମୋବାଇଲ ର ଟଚସ୍ର୍କିନରେ ଯାଇଛି ହଜି

ଏମାନେ ଆଉ ଜାଣିପାରିବେ ନାହିଁ

ଆମ୍ବ ତୋଟା ନଇ ପଠାର ମଜା 

ସତେକି ମିଳିବ ଆଉ ସେ ଶୈଶିବର

ମତୁଆଲା ଭାବନାର ସଜା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational