STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ହଜିଲା ଦିନର କଥା

ହଜିଲା ଦିନର କଥା

1 min
260

ଦିନ ଥିଲା

ମଣିଷ ମଣିଷ ଜନ୍ମ ପାଇ

ନିଜକୁ ଧନ୍ୟ ମନେ କରୁଥିଲା

ଆଜି

ଜୀବନ ହେଲାଣି ବିଷ

ଯୁଆଡ଼େ ଦେଖ ଖାଲି ସନ୍ଦେହ ଆଉ ଅବିଶ୍ୱାସ

ପ୍ରେମର ନାମ ଏବେ ପ୍ରତାରଣା

ମମତାର ନାମ ଆଜି ହେଲାଣି ଘୃଣା

ଆତ୍ମହତ୍ୟା ହେଲାଣି ଜାତୀୟ ମର୍ଯ୍ୟାଦା

ଆତ୍ମସମ୍ମାନ ଦଳି ଚକଟି ହୁଏ

ବେଇମାନି ହାତରେ

ଅଵିଵେକୀ ପୂଜା ପାଏ

ନିରୀହ ସଜାପାଏ

ନ୍ୟାୟ ଅନ୍ୟାୟର ଫାସରେ ଫନ୍ଦିହୋଇ

ହୁଏ ଅଣନିଶ୍ୱାସୀ

ଅସତ୍ୟ ଆଗରେ

ସତ୍ୟର ଅଚିରେ ହୁଏ ପରାଜୟ

ପାପୀ ଆଉ ଅପରାଧୀ ବୁଲନ୍ତି ନିର୍ଭୟେ

ନିର୍ଦୋଷୀ ଫାଶୀ ପାଏ ଏଠି

ଦିନ ଥିଲା

ମଣିଷ ମଣିଷକୁ ଦେଖି ହସୁଥିଲା

ଏବେ

ଜାତି, ଧର୍ମ ନାଆଁରେ

ମଣିଷ ହୋଇ ମଣିଷକୁ କରେ ଘୃଣା

ସଂସାରକୁ କରି ନରକ

ହିଂସା ତା ଜୀବନ ଜାତକ

ଖୋଜିଲେ କି ହବ

କାନ୍ଦିଲେ କି ହବ

ସାଜି ଭାବନାହୀନ, ସଂଜ୍ଞାହୀନ, ପଥର ମଣିଷ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract