STORYMIRROR

Mr.GAGAN BIHARI NAYAK

Abstract

2  

Mr.GAGAN BIHARI NAYAK

Abstract

ହଜିଲା ଦିନ

ହଜିଲା ଦିନ

1 min
387

ହଜିଲା ଦିନକୁ ଖୋଜୁଛି ଆଜି ମୁଁ

    ହଜିଗଲା କାଳ ସୁଏ

ଚାଲିଗଲା ମୋର ସପନ ସଜଡା

  ଧୂଳିଖେଳ କେତେବେଳେ


ସାଥୀ ସାଙ୍ଗ ମେଳେ କେଡେ ଆନନ୍ଦରେ

   ଜହ୍ନ ଆଲୁଅର ରାତେ

ଲୁଚିବା ଖୋଜିବା ଦେହକୁ ଛୁଇଁବା 

 ଅପାସୋରା ସ୍ମୃତି କେତେ

କେତେବେଳେ ବିତେ ସମୟ ଖେଳରେ

ଜଣାପଡେ ନାହିଁ ତିଳେ


ମା'ଙ୍କ ଆକଟ ବାପା ହାତେ ଛାଟ

  ତା'ସାଥେ ମୋ'ଧୂଳି ଘର

ମିଛି ମିଛିକାର ବର-ବଧୂ ବେଶ

  ତେଲ ଲୁଣର ସଂସାର

ସିଏ ସାଜି ଥିଲା କନିଆଁ ମୋ' ପାଇଁ

  କଥା ଦେଇଥିବା ଛଳେ


ଚପଳ ଶୈଶବେ କେତେ କଥା ଆମ

   ମନ ତଳ ନିଶା ହୋଇ

ଦେଖୁଥିଲା ସେଇ ପୂନେଇଁ ଜହ୍ନଟା

  ମିଛଖେଳ ସାକ୍ଷୀ ହୋଇ

ବିତିଛି ସେ' ଦିନ ସମୟ ସାଥିରେ

ଫେରିବନି ଆଉ ଥରେ


ଗଗନ ବିହାରୀ ନାୟକ

ଭୂବନେଶ୍ବର ଦିନ


ହଜିଲା ଦିନକୁ ଖୋଜୁଛି ଆଜି ମୁଁ

    ହଜିଗଲା କାଳ ସୁଏ

ଚାଲିଗଲା ମୋର ସପନ ସଜଡା

  ଧୂଳିଖେଳ କେତେବେଳେ


ସାଥୀ ସାଙ୍ଗ ମେଳେ କେଡେ ଆନନ୍ଦରେ

   ଜହ୍ନ ଆଲୁଅର ରାତେ

ଲୁଚିବା ଖୋଜିବା ଦେହକୁ ଛୁଇଁବା 

 ଅପାସୋରା ସ୍ମୃତି କେତେ

କେତେବେଳେ ବିତେ ସମୟ ଖେଳରେ

ଜଣାପଡେ ନାହିଁ ତିଳେ


ମା'ଙ୍କ ଆକଟ ବାପା ହାତେ ଛାଟ

  ତା'ସାଥେ ମୋ'ଧୂଳି ଘର

ମିଛି ମିଛିକାର ବର-ବଧୂ ବେଶ

  ତେଲ ଲୁଣର ସଂସାର

ସିଏ ସାଜି ଥିଲା କନିଆଁ ମୋ' ପାଇଁ

  କଥା ଦେଇଥିବା ଛଳେ


ଚପଳ ଶୈଶବେ କେତେ କଥା ଆମ

   ମନ ତଳ ନିଶା ହୋଇ

ଦେଖୁଥିଲା ସେଇ ପୂନେଇଁ ଜହ୍ନଟା

  ମିଛଖେଳ ସାକ୍ଷୀ ହୋଇ

ବିତିଛି ସେ' ଦିନ ସମୟ ସାଥିରେ

ଫେରିବନି ଆଉ ଥରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract