ହଜିଲା ଦିନ
ହଜିଲା ଦିନ
ହଜିଲା ଦିନକୁ ଖୋଜୁଛି ଆଜି ମୁଁ
ହଜିଗଲା କାଳ ସୁଏ
ଚାଲିଗଲା ମୋର ସପନ ସଜଡା
ଧୂଳିଖେଳ କେତେବେଳେ
ସାଥୀ ସାଙ୍ଗ ମେଳେ କେଡେ ଆନନ୍ଦରେ
ଜହ୍ନ ଆଲୁଅର ରାତେ
ଲୁଚିବା ଖୋଜିବା ଦେହକୁ ଛୁଇଁବା
ଅପାସୋରା ସ୍ମୃତି କେତେ
କେତେବେଳେ ବିତେ ସମୟ ଖେଳରେ
ଜଣାପଡେ ନାହିଁ ତିଳେ
ମା'ଙ୍କ ଆକଟ ବାପା ହାତେ ଛାଟ
ତା'ସାଥେ ମୋ'ଧୂଳି ଘର
ମିଛି ମିଛିକାର ବର-ବଧୂ ବେଶ
ତେଲ ଲୁଣର ସଂସାର
ସିଏ ସାଜି ଥିଲା କନିଆଁ ମୋ' ପାଇଁ
କଥା ଦେଇଥିବା ଛଳେ
ଚପଳ ଶୈଶବେ କେତେ କଥା ଆମ
ମନ ତଳ ନିଶା ହୋଇ
ଦେଖୁଥିଲା ସେଇ ପୂନେଇଁ ଜହ୍ନଟା
ମିଛଖେଳ ସାକ୍ଷୀ ହୋଇ
ବିତିଛି ସେ' ଦିନ ସମୟ ସାଥିରେ
ଫେରିବନି ଆଉ ଥରେ
ଗଗନ ବିହାରୀ ନାୟକ
ଭୂବନେଶ୍ବର ଦିନ
ହଜିଲା ଦିନକୁ ଖୋଜୁଛି ଆଜି ମୁଁ
ହଜିଗଲା କାଳ ସୁଏ
ଚାଲିଗଲା ମୋର ସପନ ସଜଡା
ଧୂଳିଖେଳ କେତେବେଳେ
ସାଥୀ ସାଙ୍ଗ ମେଳେ କେଡେ ଆନନ୍ଦରେ
ଜହ୍ନ ଆଲୁଅର ରାତେ
ଲୁଚିବା ଖୋଜିବା ଦେହକୁ ଛୁଇଁବା
ଅପାସୋରା ସ୍ମୃତି କେତେ
କେତେବେଳେ ବିତେ ସମୟ ଖେଳରେ
ଜଣାପଡେ ନାହିଁ ତିଳେ
ମା'ଙ୍କ ଆକଟ ବାପା ହାତେ ଛାଟ
ତା'ସାଥେ ମୋ'ଧୂଳି ଘର
ମିଛି ମିଛିକାର ବର-ବଧୂ ବେଶ
ତେଲ ଲୁଣର ସଂସାର
ସିଏ ସାଜି ଥିଲା କନିଆଁ ମୋ' ପାଇଁ
କଥା ଦେଇଥିବା ଛଳେ
ଚପଳ ଶୈଶବେ କେତେ କଥା ଆମ
ମନ ତଳ ନିଶା ହୋଇ
ଦେଖୁଥିଲା ସେଇ ପୂନେଇଁ ଜହ୍ନଟା
ମିଛଖେଳ ସାକ୍ଷୀ ହୋଇ
ବିତିଛି ସେ' ଦିନ ସମୟ ସାଥିରେ
ଫେରିବନି ଆଉ ଥରେ
