STORYMIRROR

Bauribandhu Lenka

Inspirational

5.0  

Bauribandhu Lenka

Inspirational

ହଜିଲା ଦିନ

ହଜିଲା ଦିନ

1 min
14.8K



ମନ ଖୋଜେ ମୋର ହଜିଲା ଦିନକୁ

ସମୟ ଅଟକେ ନାହିଁ ।

ସମୟଟା ଯଦି ପଛକୁ ଫେରନ୍ତା

ସାଉଁଟି ନିଅନ୍ତି ମୁହିଁ ॥


ସମୟ ତୁ କଣ ସବୁଦିନ ପାଇଁ

ଚାଲିଥିବୁ ଖାଲି ଆଗକୁ ।

ତୋର କଣ କିଛି ହଜାଇ ଆସିନୁ

ଫେରିଯାଇ ଖୋଜିବାକୁ ॥


ଶୈଶବ କୈଶୋର ଯୌବନ ମୋର

ଯାଇଛି ଅତୀତ ହୋଇ ।

ବୋଧ ହୁଏ ଏହି ଅବସ୍ଥା ଚକ୍ରର

ଆୟତ୍ତରେ ନାହୁଁ ତୁହି ॥


ଥାଆନ୍ତୁ ଯଦି ତୁ ହଜାଇ ଅତୀତେ

ତୋର ଶୈଶବ ଯୌବନ ।

କହିବାକୁ ତତେ ପଡନ୍ତା ନାହିଁରେ

ବୁଝିପାରନ୍ତୁ ମୋ ମନ ॥



Rate this content
Log in

Similar oriya poem from Inspirational