STORYMIRROR

Sahadev Behera

Abstract

2  

Sahadev Behera

Abstract

ହଜିଲା ଅତୀତ

ହଜିଲା ଅତୀତ

1 min
312

ହଜିଲା ଅତୀତ   ସମୟ ସ୍ରୋତରେ

      ତମକୁ ବାହୁନେ ଆଜି

ମୋତେ ଭୂଲି କେଉଁ  ରାଜକୁମାରକୁ

      ହୋଇଗଲ ତମେ ରାଜି

ଦଣ୍ଡେ ନ ଦେଖିଲେ ବସି କାନ୍ଦୁଥିଲ

       ଆଖିରୁ ନିଦ ହଜାଇ

ବର୍ଷ କେଇଟା ମୁଁ  ବିଦେଶକୁ ଗଲି

      ମନକୁ ଦେଲୁ ଭୂଲାଇ

ବାଲି ଘର ତୋଳି  ବୋହୂ ଖେଳୁ ଥିଲୁ

      ହାତକୁ ମୋ ଟାଣି ଧରି

ଆଜି ସେହି ହାତ  କିଏ ଧରି ନେଲା

      ସମ୍ପର୍କକୁ ଦୂର କରି

କାଠର କଣ୍ଡେଇ  ଧରି ଖେଳୁଥିଲେ

     ସାଜୁଥିଲୁ କନ୍ୟା ମାତା

ଯଉତୁକ ଦେଇ   ପାରିବୁନି ବୋଲି

     ନରମି କହୁ ତୁ କଥା

ପିଲା ଦିନୁ ତୋତେ  ଚିହ୍ନି ପାରିଲିନି

     ଭୂଲ ରହିଗଲା ମୋର

ସେଥି ପାଇଁ ଆଜି  ମୋ ଭଙ୍ଗା ହୃଦୟେ

     ଟାଣି ଦେଲୁ ଗୋଟେ ଗାର

ଜୀବନ ମରୁରେ  କେବେ ଅମା ରାତି

     କେବେ ପୁନେଇର ଚାନ୍ଦ

ତୋ ଜୀବନ ସୁଖ  ସମ୍ପଦରେ ଭରା

     ମୋ କପାଳ ଆଜି ମନ୍ଦ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract