ହଜିଲା ଅତୀତ
ହଜିଲା ଅତୀତ
ସେଦିନ ସବୁ ହଜି ଗଲାଣି
ପୃଷ୍ଠା ରେ ଅତୀତ ହେଲାଣି
ଆଦ୍ୟ ଆଷାଢ଼ର ପ୍ରଥମ ଟୋପାରେ
ଭିଜିବାର ମଜା ଥିଲା ଅକୁହା ଅଲିଖିତ
ନୂଆ ଉଠୁଥିବା ଘାସର ମହକକୁ
ଉପଭୋଗ କରି କରି
ଲାଲି ଟୁକଟୁକ ସାଧବ ବୋହୁକୁ
ଧରିବାର ଯେଉଁ ଉଲ୍ଲାସ
ଆଜି କାହାଣୀ ହୋଇ ଗଲାଣି
ଦାଣ୍ଡ ଦୁଆର ପାଣି ସୁଅ ରେ
ରଫ ଖାତାରୁ କାଗଜ ଚିରି
ଡଙ୍ଗା ତିଆରି କରି ଦାଣ୍ଡ ଦୁଆର
ପାଣି ସୁଅ ରେ ଭସାଇବାରେ ଭାରି ମଜା ଲାଗେ
ବେଳେ ବେଳେ ଇଛା ହୁଏ ନିଜ ପିଲାଙ୍କ ସହିତ
ପୁଣି ପିଲା ହେଇଯିବା ପାଇଁ
ହେଲେ କାଇଁ ସେ ସମୟ
ପରିବର୍ତ୍ତିତ ଧାରା ରେ
ଆଜି ସମୟ ବଦଳିଛି
ପିଲାଙ୍କ ରୁଚି ବଦଳିଛି ।
