STORYMIRROR

Gayatri Singh

Inspirational Others

3  

Gayatri Singh

Inspirational Others

ହଜିଲା ଅତୀତ

ହଜିଲା ଅତୀତ

1 min
222

ସେଦିନ ସବୁ ହଜି ଗଲାଣି

ପୃଷ୍ଠା ରେ ଅତୀତ ହେଲାଣି

ଆଦ୍ୟ ଆଷାଢ଼ର ପ୍ରଥମ ଟୋପାରେ

ଭିଜିବାର ମଜା ଥିଲା ଅକୁହା ଅଲିଖିତ

ନୂଆ ଉଠୁଥିବା ଘାସର ମହକକୁ 

ଉପଭୋଗ କରି କରି

ଲାଲି ଟୁକଟୁକ ସାଧବ ବୋହୁକୁ

ଧରିବାର ଯେଉଁ ଉଲ୍ଲାସ

ଆଜି କାହାଣୀ ହୋଇ ଗଲାଣି

ଦାଣ୍ଡ ଦୁଆର ପାଣି ସୁଅ ରେ

ରଫ ଖାତାରୁ କାଗଜ ଚିରି

ଡଙ୍ଗା ତିଆରି କରି ଦାଣ୍ଡ ଦୁଆର

ପାଣି ସୁଅ ରେ ଭସାଇବାରେ ଭାରି ମଜା ଲାଗେ

ବେଳେ ବେଳେ ଇଛା ହୁଏ ନିଜ ପିଲାଙ୍କ ସହିତ

ପୁଣି ପିଲା ହେଇଯିବା ପାଇଁ

ହେଲେ କାଇଁ ସେ ସମୟ

ପରିବର୍ତ୍ତିତ ଧାରା ରେ

ଆଜି ସମୟ ବଦଳିଛି

ପିଲାଙ୍କ ରୁଚି ବଦଳିଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational