STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Classics

3  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Classics

ହଜିଛି ଗୌରବ ଖୋଜେ ଜନତା

ହଜିଛି ଗୌରବ ଖୋଜେ ଜନତା

2 mins
445

ରଜା ଯାଇଅଛି ଯେଉଁଦିନୁ ହଜି 

ପୁଞ୍ଜିପତି ଗଢ଼େ ଆପଣା କ୍ରାନ୍ତି, 

ଜନତା ଆଖିରୁ ନିଦ ହଜିଯାଏ 

କେବଳ ଟିକିଏ ଖୋଜୁଛି ଶାନ୍ତି


କାନ୍ଦୁଛି ଜନତା ହସେ ରାଜନେତା

ଭୋଟ ଗଣତି'ଟା ସରିଲା ପରେ,

ପ୍ରଚାର ବେଳର ଭାଷଣବାଜି'ଟା

ପ୍ରସାର ହେଉନି କାମ ଭିତରେ


ରାଜାର ନିୟମ, ପ୍ରଜାଙ୍କ ମାନ୍ୟତା, 

ଦଣ୍ଡ ଯାହାଥିଲା ଦୋଷୀର ପାଇଁ,

ସମ୍ବିଧାନ ସଂଶୋଧନ ବଳେ ଆଜି

ନିର୍ଦ୍ଦୋଷି ସାବ୍ୟସ୍ତ ଦୋଷୀ'ଟେ ହୋଇ


ଇତିହାସ ଇତି ଭିତରେ ଲୁଚିଛି 

ନିର୍ଭୟା ଭୟରେ ସ୍ବର୍ଗେ ଗଲାଣି, 

ବିଲୁଆଖାଇ ଟା ଏକା ସାକ୍ଷୀ ଅଛି 

କେତେ'ଯେ ଧର୍ଷଣ ସେ'ଠି ହେଲାଣି


କୁନ୍ଦୁଲି କାନ୍ଦଟା କିଏ'ବା ଶୁଣିଲା 

ଶିଶୁକନ୍ଯା ସାଥେ ଯୌବନ ନିଆଁ, 

ସରିତା ଗଲଣି ପୀଡ଼ିତାଟେ ସାଜି 

ଦୁହିତା କାନ୍ଦ କେ ଶୁଣିବ କିଆଁ


ଯଉବନ ବଶେ ଉର୍ଣ୍ଣତ ସଭିଏଁ

ସମୟୋପଯୋଗୀ ଯୁବତୀ ଯୁବା,

ଜାତିକୋଟା ଉଚ୍ଛେଦିତ ଆଇନରେ

କାହିଁକି ବା ଆଉ ହେଉଛ କାବା


ବିଜ୍ଞାନ ଜ୍ଞାନରେ ଯୁବପିଢ଼ି ଆଜି

ଜ୍ଞାନ ଆହରଣେ ହୁଏ ହେଜ୍ଞାନ ,

ସୁ'ଜ୍ଞାନ ଗୋଟିକ କାହୁଁ'ବା ପାଇବ

ବି'ଜ୍ଞାନ ଯାହାର ଶିକ୍ଷାର ମାନ


ଛାଟ ଉଠିଗଲା ଚାଟଶାଳା ମଧ୍ୟୁ

ଚାଟ ତ ଆପଣେ ଚାଲାକ ହେଲେ,

ଶିକ୍ଷକ ବାପୁଡ଼ା କରମ ଆଦରି

ଆଦର୍ଶ ଶିକ୍ଷାର ଆଶ୍ରୟ ନେଲେ


କୋଟା ନୀତି ହେଲା କୁଠାରଘାତଟେ

ସଚ୍ଚୋଟ ଜିଇଁବା କଷ୍ଟ ପାଉଛି,

ଗରୀବ କୁଟୀର ଭାଙ୍ଗିରୁଜି ଗଲେ

ସରକାରଙ୍କର କିସ ଯାଉଛି


ଆଇନିଟା ଆଜି ଫାଇନି କବଳେ 

ଜାଣିନି ଜନତା ଯୁଗ ବେପାର,

ନାରୀର ସୁରକ୍ଷା ଶିଶୁର ବିକାଶ

ଜନ ଜାଗରଣେ ଭିଡ଼ ଅପାର


ବିଜ୍ଞାନର ଗତି ଶିକ୍ଷା ଅଗ୍ରଗତି

ଫସଲ ବିକାଶ ମଞ୍ଚ ଅନେକ,

କେତେ ରାହାଗିରୀ କେତେ ଅନଶନ

କେତେ ପ୍ରଶାସନ ନିୟମ ଦେଖ


ବୋଝ ଉପରେ ମୋ ନଳିତା ବିଡା ଲୋ

ସରକାର ନୀତି ନିୟମ ଲାଗି,

ସଂସ୍କାର ସଂସ୍କୃତି ଚୁଲିକୁ ଗଲାଣି

ଜାତି ପ୍ରୀତି ଶୂନ୍ଯ ଆଇନେ ଭାଗୀ


ଶିକ୍ଷାର ଆୟତ୍ତ ସ୍ବ ଧର୍ମେ ନିର୍ଲିପ୍ତ

ଉଚ୍ଚ ମନୋବଳ ଦାୟିତ୍ଵ ରତ, 

କର୍ମରେ କୁଶଳୀ କର୍ତ୍ତବ୍ୟରେ ମଗ୍ନ

ଉଚ୍ଚ ଅଭିଳାଷୀ ସବୁରି ପ୍ରୀତ


ସୌନ୍ଧର୍ଯ୍ୟେ ମଣ୍ଡିତ ନୁଆଁ ନୁଆଁ ବସ୍ତ୍ର

ସୁସ୍ବାଦୁ ଖାଦ୍ୟକୁ ସବୁରି ମନ,

ନୂଆଁ ଉପଭୋଗ ବିଳାସ ସମ୍ଭୋଗ

ନାରୀ ପୁରୁଷରେ ସବୁ ସମାନ


ନାରୀର ଭୂଷଣ ଲଜ୍ଜା ଓ ଯୌବନ

ପୁରୁଷ ଭୂଷଣ ଧୌର୍ଯ୍ୟ ଅଟଇ,

ସହନଶୀଳତା ମହାନ ସବୁଠି

ମାନବ ନିକଟେ ବିବେକ ଥାଇ


ବିବେକ ଶୂନ୍ୟରେ, ଧନଗର୍ବ ବଳେ, 

ଯୌବନର ବିଭିଷିକା, କରାଳେ,

ହିତାହିତ ଜ୍ଞାନ ଲୋପପାଇ ମତ୍ତ

ମଦ, ମାତ୍ସର୍ଯ୍ଯର, ନିଶା କବଳେ


ପେଶା ହରାଇଣ ଯୋଶା ପ୍ରୀତି କରି

କାମାନ୍ଧ ମୋହରେ ମତ୍ତ ଗରବେ,

ଧର୍ମଦ୍ରୋହୀ, ରାଜଦ୍ରୋହୀ, ଦେଶଦ୍ରୋହୀ, 

ମାତୃ, ପିତୃ, ଦ୍ରୋହୀ ହୁଅନ୍ତି ଭବେ


ଗଣ୍ଡାଗଣ୍ଡା ଦାଣ୍ଡେ, ଭଣ୍ଡବାବା ସାଜି, 

ଧର୍ଷଣ ଶୋଷଣ ଲୁଣ୍ଠନେ ରତ,

ଭଣ୍ଡିତ ସମାଜେ ଦଣ୍ଡିବ କିଏ ଯେ

ତୁଣ୍ଡି ବାନ୍ଧି ନିର୍ଦ୍ଦୋଷି ହୁଏ ଦଣ୍ଡିତ


ରାଣ୍ଡ ନାହିଁ ଆଉ ଷଣ୍ଢପଣ ଭାଉ

ଦାଣ୍ଡରେ ହଜୁଛି ଲାଜ ମହତ,

ଇଜ୍ଜତ ବେପାରେ ସଜ୍ଜିତ ବେଶରେ 

ନାରୀ ପୁରୁଷଙ୍କ ଉଦ୍ଦେଶ୍ୟ ସ୍ବାର୍ଥ


ଯେ ଦିନ ବୁଝିବ ନାରୀ ନାରୀତ୍ବ କୁ

ପୁରୁଷେ ନିଜର ପୁଂଷ ପଣିଆ,

ସେଦିନ ଘୁଞ୍ଚିବ ସମାଜୁ କଳଙ୍କ

ହସିବ ଖୁସିରେ ଏହି ଦୁନିଆଁ


ଆପେ ସୁଧୁରିଲେ ଦେଶ "ମୋ" ସୁନା 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics