STORYMIRROR

subrat kumar jena

Classics

3  

subrat kumar jena

Classics

ହଜି ଯାଇଥିଲେ

ହଜି ଯାଇଥିଲେ

1 min
189

ହଜିଯାଇଥିଲେ ଖୋଜିବାର ପ୍ରତିଶୃତି,

ବାରମ୍ବାର ,

ଅନେକ ମାତ୍ରାରେ ଲାଘବ ହୁଏ,

ଭାରାକ୍ରାନ୍ତ ମନ,

ଅନେକ ଝଡ଼ର ପରେ ପରେ,

ଉଦିତ ସୂର୍ଯ୍ୟଙ୍କର ନୂଆ କିରଣକୁ,

ସାକ୍ଷୀକରି ଆଶା ବାନ୍ଧେ,

ହେଲେ ସବୁ ସ୍ବପ୍ନଯେ ସାକାର ହେବ,

ଏ କଥା କହିବ ବା କିଏ !

ତଥାପି ମନ ସ୍ବପ୍ନ ଦେଖେ,

ସ୍ୱପ୍ନରେ ସ୍ୱପ୍ନରେ ଗଦା ଗଦା ଖୁସିକୁ ବାନ୍ଧେ,

ଧାଇଁ ଯାଏ ଯୋଜନ ଯୋଜନ,

ନିଜର ପାରିବା ପଣିଆ କୁ ମାପିବାକୁ,

ବିନା କିଛି ମାପ ଦଣ୍ଡକରେ।


ପ୍ରତିଶୃତି ଯେବେ ନିଆଁରେ ଜଳେ,

ହୋଇଯାଏ ରୂପ ପ୍ରତାରଣାର,

ସମ୍ପର୍କରେ ଝଡ଼ ଉଠେ ମନକୁ କନ୍ଦାଇବା ଲାଗି,

ଆଶା ବନ୍ଧରେ ଘୋଳିଆ ପଡେ ଅଦିନରେ,

ସବୁକିଛି ଭସେଇ ନେବାକୁ,

କେତେ କାକୁତି ମିନତୀ,

ସ୍ଥିର ହୋଇ ଫେରିଯିବାକୁ ତା ଆଦ୍ୟ ସ୍ଥଳୀକୁ,

ଯେମିତି କାହାରି କିଛି ଅନିଷ୍ଟ ନହୁଏ,

ପ୍ରତିଶୃତି ଦୁରରୁ ଦେଖୁଥାଏ ସବୁକିଛି,

କାହାର ସେ ହେବ !

ନାଁ ଶିକାରୀର ନାଁ ଶିକାରର ?

ସମୟ ଫିକକିନା ହସି ଦିଏ,

କହେ ଯାହା ହେବାର ଥିବ ତାହା ନିଶ୍ଚିତ ହେବ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics