ହିସାବ
ହିସାବ
କେତେ ମୁଁ ପଢିଛି କେତେ ମୁଁ ଦେଖିଛି ତାହା ହେବନାହିଁ ଗଣା,
ଗଣାହେବ କେତେ ମନେରଖିଛି ମୁଁ କେତେପାଠ ମୋତେ ଜଣା ।
କେତେ ମୁଁ ପାଇଛି କେତେ ମୁଁ ନେଇଛି ତା' ହିସାବ ଲୋଡ଼ାନାହିଁ,
ଲୋଡ଼ା ତା' ହିସାବ କାହାକୁ କେତେ ମୁଁ ସେବାଦେଲି ଅନ୍ୟପାଇଁ ।
କେତେ ତୀର୍ଥ ଗାଳି କେତେ ଭୋଗକଲି କାହାକୁ କରିଛି ପୂଜା,
ମନେରଖି ତାକୁ ଖୁସିହେବା ବୃଥା ଭାବ-ଭକ୍ତି ହୁଏଖୋଜା ।
କେତେ ସଂଖ୍ୟାରେ ମୋ ବନ୍ଧୁ ରହିଛନ୍ତି ରଖିହୁଏ ନାହିଁ ମନେ,
ବିପଦ ବେଳକୁ ଖୋଜିଲେ ଆମକୁ ମିଳିବେନି କେହି ଜଣେ ।
କେତେ ରୋଜଗାର କରିଛି ଜୀବନେ ଖର୍ଚ କରିଛି ମୁଁ କେତେ,
କେଉଁଧନ ଭଲ କାମରେ ଲାଗିଛି ପଚାରିବେ ନାହିଁ ମୋତେ ।
କେତେ ସ୍ଵପ୍ନ ଦିବାନିଶରେ ଦେଖିଛି ତାକୁ ଗଣିହେବ ନାହିଁ,
କେତୋଟି ସାର୍ଥକ ହୋଇଛି ଭାବିଲେ ହତାଶ ହୋଇବି ମୁହିଁ ।
#ସିଧାକଥା
