STORYMIRROR

Shiba Charan Mahapatra

Abstract Others

3  

Shiba Charan Mahapatra

Abstract Others

ହିସାବ ରଖୁଛି କିଏ

ହିସାବ ରଖୁଛି କିଏ

1 min
217

କେତେ ବାଢିଦେଲ ‌ହୃଦୟରୁ ପ୍ରେମ ହିସାବ ରଖୁଛି କିଏ

ହିସାବି ମଣିଷ ଦୁନିଆ ଦାଣ୍ଡ ରେ ପ୍ରେମିକ କି ବୋଲାଯାଏ..!!୧!!


କେତେ ଭିଜେଇଲ ନହୁଲି ବର୍ଷାରେ ତତଲା ଶରୀର ଟିଏ

ଓଦା ଦେହ ମନ ହୃଦୟ ବରଷା ହିସାବ ରଖୁଛି କିଏ..!!୨!!


କେତେ ପଢେଇଲ ଭୋକ ବର୍ଣ୍ଣବୋଧ ହିସାବ ରଖୁଛି କିଏ

ଜୀବନ ପଥ ରେ କଣ୍ଟା ଫୁଟେ ଯଦି କଣ୍ଟା ନାମଞ୍ଜୁର ନୁହେଁ..!!୩!!


କେତେ ଜଳିଗଲା ପଦ୍ମ ପାଖୁଡ଼ା ହିସାବ ରଖୁଛି କିଏ

ଜ୍ଜଳନ ଆତଙ୍କେ କୁମୁଦ କି କେବେ ଆକାଶକୁ ଦୋଷ ଦିଏ..!!୪!!


କେତେ ଶୁଣେଇଲ ଛଳନା କାହାଣୀ ହିସାବ ରଖୁଛି କିଏ

ହିସାବି ମଣିଷ ଗମ୍ଭୀରେ ଶୋଇଛି ଚିହ୍ନିଲନି ଆଜି ଯାଏଁ..!!୫!!


କେତେ ଗାଉଥିଲ ଦରଦୀ ସଂଗୀତ ହିସାବ ରଖୁଛି କିଏ

ଶୁଣିବା ଲୋକ ତ ବାଃ ବାଃ କହି ଆସ୍ଥାନ ଛାଡ଼ି ଯାଏ..!!୬!!


କେତେ ଯେ ଭାଙ୍ଗିଲ ଅଖଣ୍ଡ ଭାରତ ହିସାବ ରଖୁଛି କିଏ

ହିସାବି ମଣିଷ ଏଇ ଦୁନିଆରେ ଦେଶଦ୍ରୋହୀ ବୋଲାଯାଏ..!!୭!!


ଶିବ ଅବା ଶବ କଥା କେତେ ସତ ହିସାବ ରଖୁଛି କିଏ

ସବୁ କଥା ଆଜି ମିଛ କଥା ବୋଲି ଭାବିପାର ତୁମେ ପ୍ରିୟେ..!!୮


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract